ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା। ଜମ୍ମୁ-କାଶ୍ମୀର କାଠୁଆରେ ଆତଙ୍କବାଦୀଙ୍କ... The post ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା appeared first on .
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା। ଜମ୍ମୁ-କାଶ୍ମୀର କାଠୁଆରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇ ୫ ଆତଙ୍କୀ ନିପାତ ହୋଇଛନ୍ତି। ଏନକାଉଣ୍ଟରରେ ୨ ଯବାନ ଆହତ ହୋଇଛନ୍ତି।ଗତ ରବିବାର ଠାରୁ ଚାଲିଛି ଏହି ସର୍ଚ୍ଚ ଅପରେସନ। ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ପରେ ଖସି ପଳାଇବାରେ ସଫଳ ହୋଇଥିଲେ ଆତଙ୍କବାଦୀ । ପାକିସ୍ତାନରୁ ନୂତନ ଭାବେ ଖୋଳାଯାଇଥିବା ସୁଡ଼ଙ୍ଗ କିମ୍ବା ଘାଟି ରାସ୍ତା ଦେଇ ଆତଙ୍କବାଦୀ ଆସିଥିବା ସନ୍ଦେହ କରାଯାଉଛି। ଜାଖୋଲେ ଗାଁ ନିକଟରେ ଘଟିଥିଲା ଏନକାଉଣ୍ଟର। ଏବେବି ଅନେକ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି।
ଆତଙ୍କବାଦୀଙ୍କୁ ଠାବ କରିବାକୁ ଡ୍ରୋନର ସହାୟତା ନିଆଯାଇଥିଲା। ଏହି ଅପରେସନ ଏବେ ଚତୁର୍ଥ ଦିନରେ ପହଞ୍ଚିଛି। ହୀରାନଗର ସେକ୍ଟରରୁ ପ୍ରାୟ ୩୦ କିଲୋମିଟର ଦୂର ରାଜବାଗର ଘାଟି ଜୁଥାନାର ଜାଖୋଲେ ଗାଁ ନିକଟରେ ଘଟିଥିଲା ଏ ଗୁଳିବିନିମୟ। ଅପରେସନରେ ସେନାର ଯବାନଙ୍କ ସହ NSG, BSF ଏବଂ CRPFର ଯବାନ ସାମିଲ ହୋଇଛନ୍ତି। ଅପରେସନରେ ସୁରକ୍ଷାକର୍ମୀ ଚାରିଟି M4 କାର୍ବାଇନ୍ ମ୍ୟାଗାଜିନ୍, ଦୁଇଟି ଗ୍ରେନେଡ୍, ଗୋଟିଏ ବୁଲେଟ୍ ପୃଫ ଜ୍ୟାକେଟ୍, ସ୍ଲିପିଂ ବ୍ୟାଗ୍, ଟ୍ରାକସୁଟ୍ ଏବଂ ଖାଦ୍ୟ ସାମଗ୍ରୀର ଏକାଧିକ ପ୍ୟାକେଟ ଉଦ୍ଧାର କରିଥିଲେ। ଏନକାଉଣ୍ଟର ସ୍ଥଳରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ଥିବା ପଲିଥିନ୍ ବ୍ୟାଗ ମଧ୍ୟ ମିଳିଥିଲା।
The post ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ସଫା appeared first on .