ଜମ୍ମୁ-କାଶ୍ମୀରରେ ସେନା-ଆତଙ୍କୀ ମୁହାଁମୁହିଁ; ୩ ଆତଙ୍କବାଦୀ ଲୁଚି ରହିଥିବା ସୂଚନା
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପଡ଼ୋଶୀ ଦେଶ ତାର ଷଡ଼ଯନ୍ତ୍ର ଜାରି ରଖିଛି। ଉପତ୍ୟକାରେ ଆତଙ୍କବାଦୀଙ୍କ ଦ୍ୱାରା ମାଧ୍ୟମରେ ପ୍ରସ୍ତୁତ କରୁଛି ହମଲା କରିବାର ଯୋଜନା। ଯାହାକୁ ପଣ୍ଡ କରୁଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ ଏବଂ କାଶ୍ମୀରର କିସ୍ତୱାରର ଚାଟରୁରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କୁ ଘେରି ରହିଛନ୍ତି।ପହଲଗାମ ଆକ୍ରମଣ ପରେ, ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ବଡ଼ ଧରଣର ଅପରେସନ୍ ଚଳାଇଛନ୍ତି। ଗତ ସପ୍ତାହରେ, ଜମ୍ମୁ-କାଶ୍ମୀରରେ ଦୁଇଟି ବଡ଼ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। କାଶ୍ମୀର ଆଇଜିପି ଭିକେ ବିର୍ଡି ଆତଙ୍କବାଦୀଙ୍କ ନିପାତକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି। ମେ ୧୩ ତାରିଖରେ ଶୋପିଆନରେ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମେ ୧୫ ତାରିଖରେ ପୁଲୱାମାର ତ୍ରାଲରେ ମଧ୍ୟ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ସୁରକ୍ଷା ବାହିନୀ ଦ୍ୱାରା ଆଉ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।୨୨ ମଇରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ମେ ୬-୭ ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପଡ଼ୋଶୀ ଦେଶ ତାର ଷଡ଼ଯନ୍ତ୍ର ଜାରି ରଖିଛି। ଉପତ୍ୟକାରେ ଆତଙ୍କବାଦୀଙ୍କ ଦ୍ୱାରା ମାଧ୍ୟମରେ ପ୍ରସ୍ତୁତ କରୁଛି ହମଲା କରିବାର ଯୋଜନା। ଯାହାକୁ ପଣ୍ଡ କରୁଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ ଏବଂ କାଶ୍ମୀରର କିସ୍ତୱାରର ଚାଟରୁରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କୁ ଘେରି ରହିଛନ୍ତି।
ପହଲଗାମ ଆକ୍ରମଣ ପରେ, ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ବଡ଼ ଧରଣର ଅପରେସନ୍ ଚଳାଇଛନ୍ତି। ଗତ ସପ୍ତାହରେ, ଜମ୍ମୁ-କାଶ୍ମୀରରେ ଦୁଇଟି ବଡ଼ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। କାଶ୍ମୀର ଆଇଜିପି ଭିକେ ବିର୍ଡି ଆତଙ୍କବାଦୀଙ୍କ ନିପାତକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି।
ମେ ୧୩ ତାରିଖରେ ଶୋପିଆନରେ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମେ ୧୫ ତାରିଖରେ ପୁଲୱାମାର ତ୍ରାଲରେ ମଧ୍ୟ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ସୁରକ୍ଷା ବାହିନୀ ଦ୍ୱାରା ଆଉ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
୨୨ ମଇରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ମେ ୬-୭ ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ପ୍ରାୟ ଶତାଧିକ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା।