ଖୁଚୁରା ମୁଦ୍ରାସ୍ଫୀତିରୁ ସାମାନ୍ୟ ଆଶ୍ୱସ୍ତି; ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପନିପରିବା ଦର
ନୂଆଦିଲ୍ଲୀ: ଜାନୁଆରୀ ୨୦୨୪ରେ ଖୁଚୁର ମୁଦ୍ରାସ୍ଫୀତି ହ୍ରାସ ହୋଇ ୫.୧୦ ପ୍ରତିଶତ ହୋଇଛି। ଯାହା ଗତବର୍ଷ ଡିସେମ୍ବରରେ ୫.୬୯ ପ୍ରତିଶତ ଥିଲା। ତେବେ ଦରଦାମରେ ସେତେଟା ବଡ଼ ପରିବର୍ତ୍ତନ ହୋଇ ନାହିଁ। ଡିସେମ୍ବର ୨୦୨୩ ତୁଳନାରେ ଜାନୁଆରୀ ୨୦୨୪ରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇଛି। ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୩୦ ପ୍ରତିଶତ ହୋଇଛି, ଯାହା ଡିସେମ୍ବର ୨୦୨୩ରେ ୯.୫୩ ପ୍ରତିଶତ ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ସୋମବାର(ଫେବ୍ରୁଆରୀ ୧୨) ଏହି ତଥ୍ୟ ଜାରି କରାଯାଇଛି। ମହଙ୍ଗା ସ୍ଥିତି ଯଦିଓ ସାମାନ୍ୟ ହ୍ରାସ ପାଇଛି, ହେଲେ ପନିପରିବାର ଉପରେ ଦରବୃଦ୍ଧି ଏବେ ବି ଚିନ୍ତାର କାରଣ ପାଲଟିଛି। ସାଗ ପନିପରିବାର ମହଙ୍ଗା ଦର ୨୫ ପ୍ରତିଶତରୁ ଅଧିକ ରହିଛି। ସେହିପରି ଡାଲିର ଦର ୨୦ ପ୍ରତିଶତ ପାଖାପାଖି ରହିଛି। ପଢ଼ନ୍ତୁ-ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୦ ପ୍ରତିଶତ ବୃଦ୍ଧି, ସଂଶୋଧିତ ଆକଳନର ୮୦ % ଟାର୍ଗେଟ୍ ଛୁଇଁଲା ଡିସେମ୍ବର ୨୦୨୩ ତୁଳନାରେ ଜାନୁଆରୀ ୨୦୨୪ ରେ ଡାଲିର ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି। ଡିସେମ୍ବର ୨୦୨୩ରେ ୨୦.୭୩ ପ୍ରତିଶତ ଥିଲା। ଚଳିତ ବର୍ଷ ଜାନୁଆରୀରେ ଡାଲିର ମୁଦ୍ରାସ୍ଫୀତି ହାର ୧୯.୫୪ ପ୍ରତିଶତକୁ ଖସି ଆସିଛି। ପନିପରିବାର ମୁଦ୍ରାସ୍ଫୀତି ହାରରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ଡିସେମ୍ବରରେ ୨୭.୬୪ ପ୍ରତିଶତ ତୁଳନାର
ନୂଆଦିଲ୍ଲୀ: ଜାନୁଆରୀ ୨୦୨୪ରେ ଖୁଚୁର ମୁଦ୍ରାସ୍ଫୀତି ହ୍ରାସ ହୋଇ ୫.୧୦ ପ୍ରତିଶତ ହୋଇଛି। ଯାହା ଗତବର୍ଷ ଡିସେମ୍ବରରେ ୫.୬୯ ପ୍ରତିଶତ ଥିଲା। ତେବେ ଦରଦାମରେ ସେତେଟା ବଡ଼ ପରିବର୍ତ୍ତନ ହୋଇ ନାହିଁ। ଡିସେମ୍ବର ୨୦୨୩ ତୁଳନାରେ ଜାନୁଆରୀ ୨୦୨୪ରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇଛି। ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୩୦ ପ୍ରତିଶତ ହୋଇଛି, ଯାହା ଡିସେମ୍ବର ୨୦୨୩ରେ ୯.୫୩ ପ୍ରତିଶତ ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ସୋମବାର(ଫେବ୍ରୁଆରୀ ୧୨) ଏହି ତଥ୍ୟ ଜାରି କରାଯାଇଛି।
ମହଙ୍ଗା ସ୍ଥିତି ଯଦିଓ ସାମାନ୍ୟ ହ୍ରାସ ପାଇଛି, ହେଲେ ପନିପରିବାର ଉପରେ ଦରବୃଦ୍ଧି ଏବେ ବି ଚିନ୍ତାର କାରଣ ପାଲଟିଛି। ସାଗ ପନିପରିବାର ମହଙ୍ଗା ଦର ୨୫ ପ୍ରତିଶତରୁ ଅଧିକ ରହିଛି। ସେହିପରି ଡାଲିର ଦର ୨୦ ପ୍ରତିଶତ ପାଖାପାଖି ରହିଛି।
ପଢ଼ନ୍ତୁ-ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୦ ପ୍ରତିଶତ ବୃଦ୍ଧି, ସଂଶୋଧିତ ଆକଳନର ୮୦ % ଟାର୍ଗେଟ୍ ଛୁଇଁଲା
ଡିସେମ୍ବର ୨୦୨୩ ତୁଳନାରେ ଜାନୁଆରୀ ୨୦୨୪ ରେ ଡାଲିର ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି। ଡିସେମ୍ବର ୨୦୨୩ରେ ୨୦.୭୩ ପ୍ରତିଶତ ଥିଲା। ଚଳିତ ବର୍ଷ ଜାନୁଆରୀରେ ଡାଲିର ମୁଦ୍ରାସ୍ଫୀତି ହାର ୧୯.୫୪ ପ୍ରତିଶତକୁ ଖସି ଆସିଛି।
ପନିପରିବାର ମୁଦ୍ରାସ୍ଫୀତି ହାରରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ଡିସେମ୍ବରରେ ୨୭.୬୪ ପ୍ରତିଶତ ତୁଳନାରେ ଜାନୁଆରୀରେ ସାମାନ୍ୟ ୨୭.୦୩ ପ୍ରତିଶତକୁ ଖସି ଆସିଛି।
ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇଛି। ଏହା ଜାନୁଆରୀରେ ୭.୮୩ ପ୍ରତିଶତ ରହିଛି। ଯାହା ଡିସେମ୍ବରରେ ୯.୯୩ ପ୍ରତିଶତ ଥିଲା। ଫଳର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇ ୮.୬୫ ପ୍ରତିଶତ ହୋଇଛି, ଯାହା ଡିସେମ୍ବର ୨୦୨୩ରେ ୧୧.୧୪ ପ୍ରତିଶତ ଥିଲା।
ଖୁଚୁରା ମୁଦ୍ରାସ୍ଫୀତି ୫ ପ୍ରତିଶତକୁ ଖସି ଆସିଛି। ଯାହା ଆରବିଆଇର ଟଲରାନ୍ସ ବଣ୍ଡ ମଧ୍ୟରେ ଅଛି। କିନ୍ତୁ ଆରବିଆଇର ଲକ୍ଷ୍ୟ ହେଉଛି ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତକୁ ଆଣିବା। ଏହାପରେ ଯାଇ ଉଚ୍ଚା EMIରୁ ମୁକ୍ତି ମିଳିପାରିବ।
The post ଖୁଚୁରା ମୁଦ୍ରାସ୍ଫୀତିରୁ ସାମାନ୍ୟ ଆଶ୍ୱସ୍ତି; ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପନିପରିବା ଦର appeared first on Prameya News7.