ଭୋଟ୍ ଫର୍ ମୋଦି ବାର୍ତ୍ତା ନେଇ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ରାଜଲକ୍ଷ୍ମୀ
କଟକ,୨୫।୩(ଶିଳ୍ପା ପ୍ରିୟଦର୍ଶିନୀ): ଭୋଟ ଫର୍ ନେଶନ ବାର୍ତ୍ତା ନେଇ ତାମିଲନାଡୁ ମଦୁରାଇରୁ ବାଇକ୍ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାଜଲକ୍ଷ୍ମୀ ମାଣ୍ଡା। ଇତିମଧ୍ୟରେ ସେ ୮ଟି ରାଜ୍ୟ ବୁଲି ସାରିଥିବାବେଳେ ୯ମ ରାଜ୍ୟ ଭାବେ ଓଡ଼ିଶା ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ସେ କଟକରେ ପହଞ୍ଚିଛନ୍ତି। କଟକ ବେଲ୍ଭ୍ୟୁ ଛକଠାରେ ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେଠାରୁ ପ୍ରେସ୍ଛକ ପର୍ଯ୍ୟନ୍ତ ବିଶାଳ […] The post ଭୋଟ୍ ଫର୍ ମୋଦି ବାର୍ତ୍ତା ନେଇ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ରାଜଲକ୍ଷ୍ମୀ appeared first on Dharitri Odia News.
କଟକ,୨୫।୩(ଶିଳ୍ପା ପ୍ରିୟଦର୍ଶିନୀ): ଭୋଟ ଫର୍ ନେଶନ ବାର୍ତ୍ତା ନେଇ ତାମିଲନାଡୁ ମଦୁରାଇରୁ ବାଇକ୍ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାଜଲକ୍ଷ୍ମୀ ମାଣ୍ଡା। ଇତିମଧ୍ୟରେ ସେ ୮ଟି ରାଜ୍ୟ ବୁଲି ସାରିଥିବାବେଳେ ୯ମ ରାଜ୍ୟ ଭାବେ ଓଡ଼ିଶା ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ସେ କଟକରେ ପହଞ୍ଚିଛନ୍ତି। କଟକ ବେଲ୍ଭ୍ୟୁ ଛକଠାରେ ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେଠାରୁ ପ୍ରେସ୍ଛକ ପର୍ଯ୍ୟନ୍ତ ବିଶାଳ ବାଇକ ଶୋଭାଯାତ୍ରାରେ ତାଙ୍କୁ ନିଆଯାଇଥିଲା।
ଏନେଇ ରାଜଲକ୍ଷ୍ମୀ କହିଛନ୍ତି, ୪୧ ଦିନ ହେବ ବାଇକ୍ ଯୋଗେ ଯାତ୍ରା କରିଆସୁଛି। ୨୧ ହଜାର କିଲୋମିଟର ଯାତ୍ରା କରିବି। ମାଇଁ ଭୋଟ୍ ଫର୍ ମୋଦି ନାରା ଦେଇ ସାଧାରଣ ଲୋକଙ୍କୁ ସଚେନତ କରାଇବା ସହ ମୋଦି ସରକାରଙ୍କ ସମସ୍ତ କାର୍ଯ୍ୟ ନେଇ ଲୋକଙ୍କୁ ଅବଗତ କରାଉଛି। ଯେପରି ଭାରତକୁ ଆହୁରି ବିକାଶ ଓ ବିଶ୍ୱଗୁରୁ କରିବା କ୍ଷେତ୍ରରେ ମୋଦିଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରୁଛି। ଭାଜପା ସରକାରଙ୍କୁ ଆଗମୀ ନିର୍ବାଚନରେ ୪୦୦ ପାର୍ କରେଇବା ପାଇଁ ନାରା ଦେଇ ଏହି ଯାତ୍ରା ଆରମ୍ଭ କରିଛି। କଟକରେ ଭବ୍ୟ ସ୍ବାଗତ କରାଯାଇଥିବାରୁ ବହୁ ଖୁସି ଅନୁଭବ କରୁଛି ବୋଲି ସେ କହିଛନ୍ତି।
ଅପରପକ୍ଷରେ ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା କର୍ପୋରେଟର ଗଗନ ଓଝା କହିଛନ୍ତି, ରାଜଲକ୍ଷ୍ମୀ ଭାରତ ଭ୍ରମଣ କରି ଭୋଟ ଫର୍ ମୋଦି ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ନିଆରା। ମୋଦି ସରକାରଙ୍କର ସମସ୍ତ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାର ଏକ ନୂଆ ପ୍ରୟାସ ରହିଛି। ରାଜଲକ୍ଷ୍ମୀଙ୍କ ଏହି ପ୍ରୟାସରେ ଲୋକେ ଅନୁପ୍ରାଣିତ ହେବେ ବୋଲି ଆଶା ରହିଛି। ଏହି କାର୍ଯ୍ୟକ୍ରମରେ ଭାଜପାର ବରିଷ୍ଠ ନେତା ଲକ୍ଷ୍ମୀଧର ବେହେରା, କର୍ପୋରେଟର ଗୋପାଳ ବେହେରା, ବୁଢ଼ା ଦଳାଇ, ରୀତା ମହାପାତ୍ର, ଶିବନାରାୟଣ ନାୟକ, ସଞ୍ଜୟ ଦାଶ, ନବ ଦାସ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
The post ଭୋଟ୍ ଫର୍ ମୋଦି ବାର୍ତ୍ତା ନେଇ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ରାଜଲକ୍ଷ୍ମୀ appeared first on Dharitri Odia News.