ଘରେ ପୁଣି ଚୋର ପଶିବା ପରେ କ’ଣ କହିଲେ ନିରଞ୍ଜନ, କାହିଁକି ଚୋରକୁ କଲେ ପ୍ରଶଂସା
ଭୁବନେଶ୍ୱର, ୨୮।୧: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ ହୋଇଛି। ତାଙ୍କ ନୟାପଲ୍ଲୀ IRC ଭିଲେଜସ୍ଥିତ ଏନ/୨୫ ଘରୁ ଚୋରି ଉଦ୍ୟମ ହୋଇଛି। ଝରକା ଭାଙ୍ଗି ପଶିବା ବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଲୁଟେରାକୁ ଗିରଫ କରି ପୋଲିସ ଅଧିକ ପଚରାଉଚରା କରୁଛି । ଏହା ମଧ୍ୟରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏତେ ସୁରକ୍ଷା ଭିତରେ ବି ଚୋର କେମିତି ମୋ ଘରେ […] The post ଘରେ ପୁଣି ଚୋର ପଶିବା ପରେ କ’ଣ କହିଲେ ନିରଞ୍ଜନ, କାହିଁକି ଚୋରକୁ କଲେ ପ୍ରଶଂସା appeared first on Dharitri Odia News.
ଭୁବନେଶ୍ୱର, ୨୮।୧: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ ହୋଇଛି। ତାଙ୍କ ନୟାପଲ୍ଲୀ IRC ଭିଲେଜସ୍ଥିତ ଏନ/୨୫ ଘରୁ ଚୋରି ଉଦ୍ୟମ ହୋଇଛି। ଝରକା ଭାଙ୍ଗି ପଶିବା ବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଲୁଟେରାକୁ ଗିରଫ କରି ପୋଲିସ ଅଧିକ ପଚରାଉଚରା କରୁଛି । ଏହା ମଧ୍ୟରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏତେ ସୁରକ୍ଷା ଭିତରେ ବି ଚୋର କେମିତି ମୋ ଘରେ ପଶିଲା, ଏହା ଚୋରର ବାହାଦୁରୀ। ଆହୁରି ଦାମୀ ଜିନିଷ ଥିଲା, ଚୋର ଛାଡ଼ି ଦେଇଛି। ଖାଲି ସୁନା ଆଉ ଟଙ୍କା ନେଇଛି। ଯେଉଁ ଲୋକଟି କାଲି ଧରାପଡିଛି। ସିଏ ଡ୍ରଗ୍ସ ଆଡିକ୍ଟେଟ୍ ବୋଲି ଜଣାପଡୁଥିଲା। ଭୁବନେଶ୍ୱରରେ ଅପରାଧ ବଢୁଛି ତାହାକୁ ପ୍ରଶାସନ ଦୃଷ୍ଟି ଦେବା ଉଚିତ୍ ଏବଂ ଲୋକଙ୍କୁ ସୁରକ୍ଷା ଦେବା ଉଚିତ୍ ବୋଲି ନିରଞ୍ଜନ କହିଛନ୍ତି। ଗତ ୨୬ରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଏନ-୨୯ ଘରୁ ଚୋରି ହୋଇଥିଲା।
The post ଘରେ ପୁଣି ଚୋର ପଶିବା ପରେ କ’ଣ କହିଲେ ନିରଞ୍ଜନ, କାହିଁକି ଚୋରକୁ କଲେ ପ୍ରଶଂସା appeared first on Dharitri Odia News.