ମ୍ୟୁଚୁଆଲ ଫଣ୍ଡ୍‌ରେ ବଢୁଛି ମହିଳା ନିବେଶକଙ୍କ ସହଭାଗୀ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଘରୋଇ ମ୍ୟୁଚୁଆଲ ପଣ୍ଡ ଶିଳ୍ପରେ ମହିଳାମାନଙ୍କର ସହଭାଗୀ ବଢୁଥିବାବେଳେ ଉଭୟ ଦେଶ ଓ ରାଜ୍ୟର ମହିଳାଙ୍କ ସଂଖ୍ୟା ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି। ଏପରିକି କ୍ରମାଗତ ଭାବେ ଶିଳ୍ପରେ ମହିଳା ନିବେଶକମାନେ ପୂର୍ବାପେକ୍ଷା ଅଧିକ ନିବେଶ ଓ ଶିଳ୍ପ ସହ ଜଡ଼ିତ ହୋଇଛନ୍ତି ବୋଲି ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ମହିଳା ନିବେଶ ଆଚରଣ ରିପୋର୍ଟ-୨୦୨୪’ଶୀର୍ଷକ ଏକ ଅଧ୍ୟୟନ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ୧କୋଟିରୁ ଅଧିକ ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ ଗ୍ରାହକଙ୍କ […] The post ମ୍ୟୁଚୁଆଲ ଫଣ୍ଡ୍‌ରେ ବଢୁଛି ମହିଳା ନିବେଶକଙ୍କ ସହଭାଗୀ appeared first on Dharitri Odia News.

ମ୍ୟୁଚୁଆଲ ଫଣ୍ଡ୍‌ରେ ବଢୁଛି ମହିଳା ନିବେଶକଙ୍କ ସହଭାଗୀ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଘରୋଇ ମ୍ୟୁଚୁଆଲ ପଣ୍ଡ ଶିଳ୍ପରେ ମହିଳାମାନଙ୍କର ସହଭାଗୀ ବଢୁଥିବାବେଳେ ଉଭୟ ଦେଶ ଓ ରାଜ୍ୟର ମହିଳାଙ୍କ ସଂଖ୍ୟା ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି। ଏପରିକି କ୍ରମାଗତ ଭାବେ ଶିଳ୍ପରେ ମହିଳା ନିବେଶକମାନେ ପୂର୍ବାପେକ୍ଷା ଅଧିକ ନିବେଶ ଓ ଶିଳ୍ପ ସହ ଜଡ଼ିତ ହୋଇଛନ୍ତି ବୋଲି ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ମହିଳା ନିବେଶ ଆଚରଣ ରିପୋର୍ଟ-୨୦୨୪’ଶୀର୍ଷକ ଏକ ଅଧ୍ୟୟନ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ୧କୋଟିରୁ ଅଧିକ ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ ଗ୍ରାହକଙ୍କ ତଥ୍ୟକୁ ବିଶ୍ଳେଷଣକରି ଏହି ରିପୋର୍ଟ ଉନ୍ମୋଚନ ହୋଇଛି। ଏପରିକି ଦେଶବ୍ୟାପୀ ଏକ ଗୁଣାତ୍ମକ ମାନର ସର୍ବେକ୍ଷଣ କରାଯାଇ ‘ମହିଳା ନିବେଶ ଆଚରଣ ରିପୋର୍ଟ ୨୦୨୪’ଶୀର୍ଷକ ଏକ ଅଧ୍ୟୟନ ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ (୨୦୧୯ ମାର୍ଚ୍ଚ ୩୧ରୁ ୨୦୨୩ ଡିସେମ୍ବର ୩୧) ମଧ୍ୟରେ ଭୁବନେଶ୍ୱରର ମହିଳା ନିବେଶକମାନେ ୨.୮ ଗୁଣ ବୃଦ୍ଧି ପାଇଛନ୍ତି। ଏହି ସମୟ ମଧ୍ୟରେ ଭୁବନେଶ୍ୱରର ମହିଳା ନିବେଶକଙ୍କ ଏୟୁଏମ୍‌ ୨.୫ ଗୁଣ ବୃଦ୍ଧି ପାଇଛି। ଉକ୍ତ ସମୟ ସୀମା ମଧ୍ୟରେ ସାରା ଓଡ଼ିଶାରେ ମହିଳା ନିବେଶକଙ୍କ ଏୟୁଏମ୍‌ରେ ୨.୨ ଗୁଣ ଅଭିବୃଦ୍ଧି ଘଟିଛି।

ସେହିଭଳି ଏହି ଅଧ୍ୟୟନର ଫଳାଫଳରୁ ଜଣାପଡ଼ିଛି ଯେ ପ୍ରାୟ ୭୨% ମହିଳା ନିବେଶକ ବର୍ତ୍ତମାନ ସ୍ବାଧୀନ ନିବେଶ ନିଷ୍ପତ୍ତି ନେଉଛନ୍ତି। ଏହି ରିପୋର୍ଟ ଅନୁସାରେ ଆର୍ଥତ୍କ ସ୍ବାଧୀନତା ଏବଂ ଅଭିବୃଦ୍ଧି ହାସଲ ପାଇଁ ମହିଳା ନିବେଶକମାନେ ଗ୍ରହଣ କରିଥିବା ସକ୍ରିୟ ଆଭିମୁଖ୍ୟ ଉପରେ ବିସ୍ତୃତ ଆଲୋକପାତ କରାଯାଇଛି ଏବଂ ଦୀର୍ଘମିଆଦୀ ପୁଞ୍ଜିନିବେଶ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି। ଏହି ଅଧ୍ୟୟନର ମହତ୍ତ୍ୱ ବିଷୟରେ ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ତଥା ସିଇଓ ବି. ଗୋପକୁମାର କହିଛନ୍ତି, ଅଧିକରୁ ଅଧିକ ଲୋକ ମ୍ୟୁଚୁଆଲ ପଣ୍ଡରେ ସାମିଲ ହେଉଛନ୍ତି।

ବିଶେଷକରି ମହିଳାମାନେ ସେମାନଙ୍କ ଆର୍ଥତ୍କ ରଣନୀତିର ଅଂଶ ବିଶେଷ ଭାବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଶିଳ୍ପ ଏକ ଚମତ୍କାର ପରିବର୍ତ୍ତନ ଦେଇ ଗତି କରୁଛି। ଏପରିକି ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ନିବେଶ ଢାଞ୍ଚା ଉପରେ କାର୍ଯ୍ୟକରୁଛି। ସେହିପରି ଆମର ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ ଗ୍ରାହକ ସଂଖ୍ୟାରେ ମହିଳାମାନେ ୩୦% ଏବଂ ମୋଟ ଏୟୁଏମ୍‌ର ୩୫% ସେମାନଙ୍କ ପାଖରେ ରହିଛି। ଏପରିକି ବିକଶିତ ନିବେଶକ ପରିଦୃଶ୍ୟକୁ ଭଲ ଭାବେ ବୁଝିବା ଓ ମହିଳାଙ୍କ ପସନ୍ଦ ବିଷୟରେ ଅବଗତ ହେବା ସହ ନିରନ୍ତର ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ପ୍ରୟାସ କରାଯାଉଛି।

The post ମ୍ୟୁଚୁଆଲ ଫଣ୍ଡ୍‌ରେ ବଢୁଛି ମହିଳା ନିବେଶକଙ୍କ ସହଭାଗୀ appeared first on Dharitri Odia News.