ସୋର ରାଜନୀତିରେ ଚହଳ, ଗୋଟିଏ ଆସନରୁ ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା

ବାଲେଶ୍ୱର,୧୪।୫: ରୋଚକ ହେଉଛି ସୋର ରାଜନୀତି । ଭାରତୀୟ ଜନତା ପାର୍ଟି ସୋରରୁ ପ୍ରଥମେ ରାଜୁ ଦାସଙ୍କ ଟିକେଟ ଘୋଷଣା କରିଥିଲା । ଟିକେଟ୍‌ ଦେବା ପରେ ରାଜୁ ଦାସ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ହେଲେ ମଙ୍ଗଳବାର ଭାଜପା ସୋର ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ରାଜୁ ଦାସଙ୍କ ଟିକେଟ୍‌ କାଟି ଦଳ ପର୍ଶୁରାମ ଧଡ଼ାଙ୍କୁ ଟିକେଟ୍‌ ଦେଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଟିକେଟ୍‌ କଟିବା ପରେ ମଧ୍ୟ ରାଜୁ ନିଜ […] The post ସୋର ରାଜନୀତିରେ ଚହଳ, ଗୋଟିଏ ଆସନରୁ ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା appeared first on Dharitri Odia News.

ସୋର ରାଜନୀତିରେ ଚହଳ, ଗୋଟିଏ ଆସନରୁ ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା

ବାଲେଶ୍ୱର,୧୪।୫: ରୋଚକ ହେଉଛି ସୋର ରାଜନୀତି । ଭାରତୀୟ ଜନତା ପାର୍ଟି ସୋରରୁ ପ୍ରଥମେ ରାଜୁ ଦାସଙ୍କ ଟିକେଟ ଘୋଷଣା କରିଥିଲା । ଟିକେଟ୍‌ ଦେବା ପରେ ରାଜୁ ଦାସ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ହେଲେ ମଙ୍ଗଳବାର ଭାଜପା ସୋର ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ରାଜୁ ଦାସଙ୍କ ଟିକେଟ୍‌ କାଟି ଦଳ ପର୍ଶୁରାମ ଧଡ଼ାଙ୍କୁ ଟିକେଟ୍‌ ଦେଇଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଟିକେଟ୍‌ କଟିବା ପରେ ମଧ୍ୟ ରାଜୁ ନିଜ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଟିକେଟ ନ ଥାଇ ବି ସେ ନାମାଙ୍କନ ଦାଖଲ କରିଛନ୍ତି, ଏବଂ ଯାଞ୍ଚ ବଳେ ଟିକେଟ ଦାଖଲ କରିବେ ବୋଲି କହିଛନ୍ତି ।

ଅପରପକ୍ଷରେ ପର୍ଶୁରାମ ଧଡା ମଧ୍ୟ ଆଜି ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ତେବେ ପ୍ରକୃତରେ ଭାଜପା ସୋର ବିଧାନସଭା ଆସନ ପାଇଁ କାହାକୁ ଟିକେଟ ଦେଇଛି ତାହା ଏବେବି ସ୍ପଷ୍ଟ ହୋଇ ପାରୁନାହିଁ ।

The post ସୋର ରାଜନୀତିରେ ଚହଳ, ଗୋଟିଏ ଆସନରୁ ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା appeared first on Dharitri Odia News.