ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର,୩୧ା୩: ଶ୍ରୀନଗର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଭାରତରେ ‘ଲୁ’ ଯେପରି ପରିସ୍ଥିତି ସୃଷ୍ଟି କରିଛି, ଏହାର ପ୍ରଭାବରେ ଅନେକ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଛି। ଅନ୍ୟପକ୍ଷରେ ପୃଥିବୀର ସ୍ବର୍ଗ କୁହାଯାଉଥିବା କଶ୍ମୀରରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଗତ ୪୮ ଘଣ୍ଟା ଧରି ଉପତ୍ୟକାରେ ଲଗାତର ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏପରିକି ପାହାଡ଼ ଫାଟିବା ଆରମ୍ଭ କରିଛି। ଫଳରେ ସଡ଼କ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। […] The post ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ appeared first on Dharitri Odia News.

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର,୩୧ା୩: ଶ୍ରୀନଗର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଭାରତରେ ‘ଲୁ’ ଯେପରି ପରିସ୍ଥିତି ସୃଷ୍ଟି କରିଛି, ଏହାର ପ୍ରଭାବରେ ଅନେକ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଛି। ଅନ୍ୟପକ୍ଷରେ ପୃଥିବୀର ସ୍ବର୍ଗ କୁହାଯାଉଥିବା କଶ୍ମୀରରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଗତ ୪୮ ଘଣ୍ଟା ଧରି ଉପତ୍ୟକାରେ ଲଗାତର ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏପରିକି ପାହାଡ଼ ଫାଟିବା ଆରମ୍ଭ କରିଛି। ଫଳରେ ସଡ଼କ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ପାହାଡ଼ ଫାଟିବାରୁ ଏହାର ଆବର୍ଜନା ରାସ୍ତାକୁ ଚାଲିଆସିଛି। ଯେଉଁଥିପାଇଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ରାସ୍ତାରେ ଶହଶହ ଗାଡ଼ିମୋଟର ଅଟକି ରହିଛି।

The post ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ appeared first on Dharitri Odia News.