ଜମ୍ମୁକଶ୍ମୀରରେ ଭୂକମ୍ପ: ଘରୁ ଦୌଡ଼ି ଆସିଲେ ଲୋକେ
ଜମ୍ମୁକଶ୍ମୀର,୨୦।୮: ଜମ୍ମୁକଶ୍ମୀରରେ ମଙ୍ଗଳବାର ସକାଳେ ଲଗାତାର ଗୋଟିଏ ପରେ ଗୋଟିଏ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ବାରାମୁଲ୍ଲା ଏବଂ କୁପୱାରାରେ ଏହି ଭୂମିକମ୍ପ ଝଟକା ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୯ ଏବଂ ୪.୮ ରହିଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପ ଅନୁଭୁତ ସମୟରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ […] The post ଜମ୍ମୁକଶ୍ମୀରରେ ଭୂକମ୍ପ: ଘରୁ ଦୌଡ଼ି ଆସିଲେ ଲୋକେ appeared first on Dharitri Odia News.
ଜମ୍ମୁକଶ୍ମୀର,୨୦।୮: ଜମ୍ମୁକଶ୍ମୀରରେ ମଙ୍ଗଳବାର ସକାଳେ ଲଗାତାର ଗୋଟିଏ ପରେ ଗୋଟିଏ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ବାରାମୁଲ୍ଲା ଏବଂ କୁପୱାରାରେ ଏହି ଭୂମିକମ୍ପ ଝଟକା ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୯ ଏବଂ ୪.୮ ରହିଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଭୂକମ୍ପ ଅନୁଭୁତ ସମୟରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।
The post ଜମ୍ମୁକଶ୍ମୀରରେ ଭୂକମ୍ପ: ଘରୁ ଦୌଡ଼ି ଆସିଲେ ଲୋକେ appeared first on Dharitri Odia News.