ଜରଉ ଘାଟିରୁ ତଳକୁ ଖସିଲା ଟ୍ରକ୍, ଡ୍ରାଇଭରଙ୍କ ସମେତ ୨ ଗୁରୁତର
ମୋହନା ୬।୫: ଜରଉ ଘାଟିରେ ୩୦ଫୁଟ ତଳକୁ ଖସିଲା ଟ୍ରକ୍ । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ବଳଦର ମୃତ୍ୟୁ ହୋଇଛି ।ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତର ଶାନ୍ତିନଗର ଜରଉ ଘାଟିରେ ଦୁର୍ଘଟଣା । ୩୦ ଫୁଟ ତଳକୁ ଖସିଲା ବାଜରା ବୋଝେଇ ଟ୍ରକ୍ l ମୋହନାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼, ସୋରଡ଼ା ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିବା ଟ୍ରକ୍ l ଫଳରେ ଟ୍ରକ୍ ଚାଳକ ଜି.ପାଥୁଆ ରାଜି ଚାପି ହୋଇ ଟ୍ରକ୍ରେ ରହିଯାଇଥିଲେ l ସ୍ଥାନୀୟ ଲୋକେ ଓ ପୋଲିସ କର୍ମଚାରୀ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଛନ୍ତି l ସେହିଭଳି ଟ୍ରକ୍ରେ ଥିବା ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଚାଳକ ଓ ଯାତ୍ରୀଙ୍କୁ ଉଦ୍ଧାର କରି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l ଟ୍ରକ୍ ତଳେ ଗୋଟିଏ ବଳଦ ଚାପି ହୋଇଯିବା ଫଳରେ ତାର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଛି lYou Can Read:ବେଆଇନ ବାଣ ଗୋଦାମରେ ବିସ୍ଫୋରଣ : କାମ କରୁଥିବା ବେଳେ ୫ ଗୁରୁତର
ମୋହନା ୬।୫: ଜରଉ ଘାଟିରେ ୩୦ଫୁଟ ତଳକୁ ଖସିଲା ଟ୍ରକ୍ । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୋଟିଏ ବଳଦର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତର ଶାନ୍ତିନଗର ଜରଉ ଘାଟିରେ ଦୁର୍ଘଟଣା । ୩୦ ଫୁଟ ତଳକୁ ଖସିଲା ବାଜରା ବୋଝେଇ ଟ୍ରକ୍ l ମୋହନାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼, ସୋରଡ଼ା ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିବା ଟ୍ରକ୍ l ଫଳରେ ଟ୍ରକ୍ ଚାଳକ ଜି.ପାଥୁଆ ରାଜି ଚାପି ହୋଇ ଟ୍ରକ୍ରେ ରହିଯାଇଥିଲେ l ସ୍ଥାନୀୟ ଲୋକେ ଓ ପୋଲିସ କର୍ମଚାରୀ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଛନ୍ତି l

ସେହିଭଳି ଟ୍ରକ୍ରେ ଥିବା ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଚାଳକ ଓ ଯାତ୍ରୀଙ୍କୁ ଉଦ୍ଧାର କରି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l ଟ୍ରକ୍ ତଳେ ଗୋଟିଏ ବଳଦ ଚାପି ହୋଇଯିବା ଫଳରେ ତାର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଛି l
You Can Read: