ଜର୍ଜ ସୋରୋସ୍ ଫାଉଣ୍ଡେଶନ ପାଣ୍ଠି ଯୋଗାଉଥିବା ସଂଗଠନ ସହ ସୋନିଆ ସମ୍ପୃକ୍ତ: ଭାଜପା
ନୂଆଦିଲ୍ଲୀ,୯ା୧୨(ପି.ଟି.): ଜର୍ଜ ସୋରୋସ୍ ଫାଉଣ୍ଡେଶନ୍ ପାଣ୍ଠି ଯୋଗାଉଥିବା ଏକ ସଂଗଠନ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ପୃକ୍ତ ବୋଲି ଭାଜପା ରବିବାର ଅଭିଯୋଗ କରିଛି। କଶ୍ମୀର ସ୍ବାଧୀନ ରାଷ୍ଟ୍ର ବିଚାରଧାରାକୁ ଏହି ସଂଗଠନ ସମର୍ଥନ କରୁଛି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ସଂସ୍ଥାଗୁଡ଼ିକର ପ୍ରଭାବ ରହିଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଶାସକ ଦଳ ଏକ୍ସ’ରେ ପୋଷ୍ଟ କରିଛି। ସୂଚନାଯୋଗ୍ୟ, ଏକ ନ୍ୟୁଜ୍ ପୋର୍ଟାଲ ଜରିଆରେ ଆମେରିକାର ପରରାଷ୍ଟ୍ର ବିଭାଗ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ […] The post ଜର୍ଜ ସୋରୋସ୍ ଫାଉଣ୍ଡେଶନ ପାଣ୍ଠି ଯୋଗାଉଥିବା ସଂଗଠନ ସହ ସୋନିଆ ସମ୍ପୃକ୍ତ: ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୯ା୧୨(ପି.ଟି.): ଜର୍ଜ ସୋରୋସ୍ ଫାଉଣ୍ଡେଶନ୍ ପାଣ୍ଠି ଯୋଗାଉଥିବା ଏକ ସଂଗଠନ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ପୃକ୍ତ ବୋଲି ଭାଜପା ରବିବାର ଅଭିଯୋଗ କରିଛି। କଶ୍ମୀର ସ୍ବାଧୀନ ରାଷ୍ଟ୍ର ବିଚାରଧାରାକୁ ଏହି ସଂଗଠନ ସମର୍ଥନ କରୁଛି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ସଂସ୍ଥାଗୁଡ଼ିକର ପ୍ରଭାବ ରହିଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଶାସକ ଦଳ ଏକ୍ସ’ରେ ପୋଷ୍ଟ କରିଛି। ସୂଚନାଯୋଗ୍ୟ, ଏକ ନ୍ୟୁଜ୍ ପୋର୍ଟାଲ ଜରିଆରେ ଆମେରିକାର ପରରାଷ୍ଟ୍ର ବିଭାଗ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଥିବା ଭାଜପା ଅଭିଯୋଗ ଆଣିଥିଲା। ଆମେରିକା ଦୂତାବାସ ଶନିବାର ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲା। ଏହି ପ୍ରସଙ୍ଗରେ ଭାଜପା ଏମ୍ପି ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ୧୦ଟି ପ୍ରଶ୍ନ ପଚାରିବେ ବୋଲି କହିଛନ୍ତି। ମିଡିଆ ପୋର୍ଟାଲ ଅର୍ଗାନାଇଜ୍ଡ କ୍ରାଇମ୍ ଆଣ୍ଡ କରପ୍ଶନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍ପି) ଏବଂ ହଙ୍ଗେରୀୟ-ଆମେରିକୀୟ ବ୍ୟବସାୟୀ ବିରୋଧୀ ଦଳ ସହ ସଲାସୁତରାରେ ଭାରତର ଅର୍ଥନୀତିକୁ ଧ୍ୱଂସ କରିବା ସହ ମୋଦି ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ଦୁବେ କହିଛନ୍ତି। ଫୋରମ୍ ଅଫ୍ ଦି ଡେମୋକ୍ରାଟିକ୍ ଲିଡର୍ସ ଇନ୍ ଏସିଆ-ପାସିଫିକ୍ ଫାଉଣ୍ଡେଶନ୍ର ସହଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀ ଜର୍ଜ ସୋରୋସ୍ ଫାଉଣ୍ଡେଶନ୍ର ଆର୍ଥତ୍କ ସହାୟତାରେ ଚାଲିଥିବା ଏକ ସଂଗଠନ ସହ ସମ୍ପୃକ୍ତ। ଏହି ସଂଗଠନ କଶ୍ମୀରକୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଦେଖିବା ସପକ୍ଷରେ ମତାମତ ଦେଇଆସୁଥିବା ଭାଜପା କହିଛି।
The post ଜର୍ଜ ସୋରୋସ୍ ଫାଉଣ୍ଡେଶନ ପାଣ୍ଠି ଯୋଗାଉଥିବା ସଂଗଠନ ସହ ସୋନିଆ ସମ୍ପୃକ୍ତ: ଭାଜପା appeared first on Dharitri Odia News.