ଜର୍ମାନୀରେ ସୂର୍ଯ୍ୟକୁମାରଙ୍କ ଅସ୍ତ୍ରୋପଚାର
ଲଣ୍ଡନ : ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ହାର୍ନିଆ ଅସ୍ତ୍ରୋପଚାର ଜର୍ମାନୀର ମ୍ୟୁନିକରେ ସଫଳତାର ସହ େଶଷ ହୋଇଛି। ଅସ୍ତ୍ରୋପଚାର ପରେ ସୂର୍ଯ୍ୟକୁମାର ସୁସ୍ଥ ଥିବା ଜଣାପଡ଼ିଛି। ଗତ ୩ ବର୍ଷ ମଧ୍ୟରେ ଏହା ତାଙ୍କର ତୃତୀୟ ଅସ୍ତ୍ରୋପଚାର । ଦୁଇସପ୍ତାହ ପରେ ସୂର୍ଯ୍ୟକୁମାର ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସରେ ପୁର୍ନବାସ ଆରମ୍ଭ କରିବେ। ସୂର୍ଯ୍ୟକୁମାର ଯାଦବ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଜୀବନ ଅପଡେଟ। ଡାହାଣ ପଟ ତଳଭାଗରେ ସ୍ପୋର୍ଟସ ହାର୍ନିଆ ପାଇଁ […]

ଲଣ୍ଡନ : ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ହାର୍ନିଆ ଅସ୍ତ୍ରୋପଚାର ଜର୍ମାନୀର ମ୍ୟୁନିକରେ ସଫଳତାର ସହ େଶଷ ହୋଇଛି। ଅସ୍ତ୍ରୋପଚାର ପରେ ସୂର୍ଯ୍ୟକୁମାର ସୁସ୍ଥ ଥିବା ଜଣାପଡ଼ିଛି। ଗତ ୩ ବର୍ଷ ମଧ୍ୟରେ ଏହା ତାଙ୍କର ତୃତୀୟ ଅସ୍ତ୍ରୋପଚାର । ଦୁଇସପ୍ତାହ ପରେ ସୂର୍ଯ୍ୟକୁମାର ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସରେ ପୁର୍ନବାସ ଆରମ୍ଭ କରିବେ।
ସୂର୍ଯ୍ୟକୁମାର ଯାଦବ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଜୀବନ ଅପଡେଟ। ଡାହାଣ ପଟ ତଳଭାଗରେ ସ୍ପୋର୍ଟସ ହାର୍ନିଆ ପାଇଁ ଅସ୍ତ୍ରୋପଚାର କରାଯାଇଛି। ଅେସ୍ତ୍ରାପଚାର ସଫଳ ହୋଇଥିବାରୁ ମୁଁ ଖୁସି । ମୁଁ ଏବେ ସୁସ୍ଥ ହେବାର ରାସ୍ତାରେ ଅଛି। ଖୁବଶୀଘ୍ର ଫେରିବି। ସ୍ପୋର୍ଟସ ହାର୍ନିଆ ହେଉଛି ଅଣ୍ଟା ତଳି ପେଟରେ ଏକ ନରମ ଟିସୁ ଆଘାତ। ଯାହା ପ୍ରାୟତଃ ମାଂଶପେଶୀ ଓ ଲିଗାମେଣ୍ଟକୁ ପ୍ରଭାବିତ କରେ। ଅସ୍ତ୍ରୋପଚାର ପରେ ସୂର୍ଯ୍ୟକୁମାର ପ୍ରାୟ ଦୁଇ ସପ୍ତାହ ପରେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଫର ଏକ୍ସିଲେନ୍ସିରେ ପୁନର୍ବାସ ଆରମ୍ଭ କରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଭାରତର ପରବର୍ତ୍ତୀ ଧଳାବଲ ମ୍ୟାଚ ଅଗଷ୍ଟରେ ହେବ। ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ୩ଟି ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଉକ୍ତ ଶୃଙ୍ଖଳା ବେଳକୁ ସୂର୍ଯ୍ୟକୁମାର ସୁସ୍ଥ ହୋଇ ଯାଇଥିବା ନେଇ ଆଶା କରାଯାଉଛି। ସୂର୍ଯ୍ୟକୁମାର ୨୦୨୩ ବିଶ୍ବକପ ଫାଇନାଲ ପରେ ଦିନିକିଆ ଖେଳିନାହାନ୍ତି। ୨୦୨୩ରେ ସୂର୍ଯ୍ୟକୁମାରଙ୍କ ଗୋଡ ଅେସ୍ତ୍ରାପଚାର ହୋଇଥିଲା। ଏହାଛଡ଼ା ୨୦୨୪ରେ ମଧ୍ୟ ତାଙ୍କର ହାର୍ନିଆ ଅସ୍ତ୍ରୋପଚାର ହୋଇଥିଲା।