ଶହୀଦନଗରରେ ମିକ୍ସଚର ଫ୍ୟାକ୍ଟୋରିରେ ଅଗ୍ନିକାଣ୍ଡ

ସମାଜ ଡିଜିଟାଲ ଡେସ୍କ: ଶହୀଦନଗରରେ ଥିବା ଏକ ମିକ୍ସଚର ଫ୍ୟାକ୍ଟୋରିରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଫ୍ୟାକ୍ଟୋରିରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଏବଂ ମିକ୍ସଚର ପ୍ରସ୍ତୁତି ପାଇଁ ରହିଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଭୋର ସମୟରେ ଫ୍ୟାକ୍ଟୋରିରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା। ୨ଟି ଅଗ୍ନିଶମ କେନ୍ଦ୍ରରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଫ୍ୟାକ୍ଟୋରି ଭିତରେ ତେଲ ଏବଂ ଅନ୍ୟାନ୍ୟ ଦହନଶୀଳ […]

ଶହୀଦନଗରରେ ମିକ୍ସଚର ଫ୍ୟାକ୍ଟୋରିରେ ଅଗ୍ନିକାଣ୍ଡ

ସମାଜ ଡିଜିଟାଲ ଡେସ୍କ: ଶହୀଦନଗରରେ ଥିବା ଏକ ମିକ୍ସଚର ଫ୍ୟାକ୍ଟୋରିରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଫ୍ୟାକ୍ଟୋରିରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଏବଂ ମିକ୍ସଚର ପ୍ରସ୍ତୁତି ପାଇଁ ରହିଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଭୋର ସମୟରେ ଫ୍ୟାକ୍ଟୋରିରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା। ୨ଟି ଅଗ୍ନିଶମ କେନ୍ଦ୍ରରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଫ୍ୟାକ୍ଟୋରି ଭିତରେ ତେଲ ଏବଂ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ତୁରନ୍ତ ବ୍ୟାପିଯାଇଥିଲା।