ସଂସଦରେ ଗର୍ଜିଲେ ବିଜେଡି ଏମ୍‌ପି: ଓଡ଼ିଶାକୁ ଦିଆଯାଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଓଡ଼ିଶାର ବିଜେଡି ଏମ୍‌ପି ରାଜ୍ୟ ସଭାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଛନ୍ତି। ବିଜେଡି ଏମ୍‌ପି ମୁନା ଖାଁ ଗୃହରେ କହିଛନ୍ତି, ଓଡ଼ିଶା ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ ବିଗତ ୨୫ ବର୍ଷରେ ୪ଟି ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି। କିନ୍ତୁ ୨୦୦୦ ମସିହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପ୍ରାକୃତିକ […] The post ସଂସଦରେ ଗର୍ଜିଲେ ବିଜେଡି ଏମ୍‌ପି: ଓଡ଼ିଶାକୁ ଦିଆଯାଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା appeared first on Dharitri Odia News.

ସଂସଦରେ ଗର୍ଜିଲେ ବିଜେଡି ଏମ୍‌ପି: ଓଡ଼ିଶାକୁ ଦିଆଯାଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଓଡ଼ିଶାର ବିଜେଡି ଏମ୍‌ପି ରାଜ୍ୟ ସଭାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଛନ୍ତି। ବିଜେଡି ଏମ୍‌ପି ମୁନା ଖାଁ ଗୃହରେ କହିଛନ୍ତି, ଓଡ଼ିଶା ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ ବିଗତ ୨୫ ବର୍ଷରେ ୪ଟି ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି। କିନ୍ତୁ ୨୦୦୦ ମସିହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ମୁକାବିଲା କରିବାରେ ସକ୍ଷମ ହୋଇଛି। ଏହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଛି। ଏହାସହ ଓଡ଼ିଶାର ୭ଟି ଜିଲା ସମୁଦ୍ର ସହ ସଂଲଗ୍ନ ହୋଇ ରହିଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଇ ଅନୁଦାନ ଦିଆଯାଉ। ମୁନା ଖାଁଙ୍କ ଦାବିକୁ ବିଜେଡି ଏମ୍‌ପି ସସ୍ମିତ ପାତ୍ର ସମର୍ଥନ ଜଣାଇଛନ୍ତି।

The post ସଂସଦରେ ଗର୍ଜିଲେ ବିଜେଡି ଏମ୍‌ପି: ଓଡ଼ିଶାକୁ ଦିଆଯାଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା appeared first on Dharitri Odia News.