ପୁଣି ଫେରିଲା ଶୀତ

ଭୁବନେଶ୍ବର,୧୦।୨: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଶୀତ ଲହରୀ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଥିବା ବେଳେ ସୁନ୍ଦରଗଡ କିରେଇରେ ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୯.୧, ସୁନ୍ଦରଗଡ଼ରେ ୯.୨ ଏବଂ ରାଉରକେଲାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛିି। ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସିଛି। ତେବେ ଆସନ୍ତା ୨୪ ଘଣ୍ଟା ଯାଏ ରାତିରେ […] The post ପୁଣି ଫେରିଲା ଶୀତ appeared first on Dharitri Odia News.

ପୁଣି ଫେରିଲା ଶୀତ

ଭୁବନେଶ୍ବର,୧୦।୨: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଶୀତ ଲହରୀ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଥିବା ବେଳେ ସୁନ୍ଦରଗଡ କିରେଇରେ ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୯.୧, ସୁନ୍ଦରଗଡ଼ରେ ୯.୨ ଏବଂ ରାଉରକେଲାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛିି। ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସିଛି। ତେବେ ଆସନ୍ତା ୨୪ ଘଣ୍ଟା ଯାଏ ରାତିରେ ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ହେବା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ପୁଣି ଫେରିଲା ଶୀତ appeared first on Dharitri Odia News.