ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ସହ ୟୁସିସିକୁ ନେଇ ମୋଦି ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ମୋଦି ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଗୁରୁବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୯ତମ ଜନ୍ମ ବାର୍ଷିକୀରେ ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜାତୀୟ ଏକତା ଦିବସ ପାଳନ ପାଇଁ ସେଠାରେ ଏକ ବିରାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ପ୍ରତିବର୍ଷ ୩୧ ଅକ୍ଟୋବର, ପଟେଲଙ୍କ ଜନ୍ମ ବାର୍ଷିକୀରେ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଥର ଜାତୀୟ ଏକତା ଦିବସ ଏକ […] The post ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ସହ ୟୁସିସିକୁ ନେଇ ମୋଦି ଦେଲେ ବଡ଼ ସୂଚନା appeared first on Dharitri Odia News.

ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ସହ ୟୁସିସିକୁ ନେଇ ମୋଦି ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ମୋଦି ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଗୁରୁବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୯ତମ ଜନ୍ମ ବାର୍ଷିକୀରେ ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜାତୀୟ ଏକତା ଦିବସ ପାଳନ ପାଇଁ ସେଠାରେ ଏକ ବିରାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ପ୍ରତିବର୍ଷ ୩୧ ଅକ୍ଟୋବର, ପଟେଲଙ୍କ ଜନ୍ମ ବାର୍ଷିକୀରେ ପାଳନ କରାଯାଏ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଥର ଜାତୀୟ ଏକତା ଦିବସ ଏକ ଆଶ୍ଚର୍ଯ୍ୟଜନକ ସଂକେତ ଆଣିଦେଇଛି। ଗୋଟିଏ ପଟେ ଆଜି ଆମେ ଏକତା ପର୍ବ ପାଳନ କରୁଛୁ ଏବଂ ଅନ୍ୟପଟେ ଏହା ମଧ୍ୟ ଦୀପାବଳିର ପର୍ବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଲୋକ ଉତ୍ସବ କେବଳ ଦେଶକୁ ଆଲୋକିତ କରେ ନାହିଁ ବରଂ ଭାରତକୁ ବିଶ୍ୱର ଅନ୍ୟ ଦେଶ ସହ ଯୋଡିବା ଆରମ୍ଭ କରିଛି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ ହ୍ବାଇଟ ହାଉସରେ ପାଳନ କରିବାର ଗୋଟିଏ ଦିନ ପରେ ଆସିଛଇ ଆମର ଦୀପାବଳି, ଯେଉଁଥିରେ ୬୦୦ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଆମେରିକୀୟ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ ଦିପାବଳୀ ଅନେକ ଦେଶରେ ଜାତୀୟ ମହୋତ୍ସବ ଭାବରେ ପାଳନ କରାଯାଉଛି।
ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଦେଶର ସମସ୍ତ ନିର୍ବାଚନକୁ ଏକ ଦିନରେ କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏକକାଳୀନ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବା ଓ୍ବାନ ନେଶନ, ଓ୍ବାନ ଇଲେକ୍ସନ, ପ୍ରସ୍ତାବ ଖୁବ ଶୀଘ୍ର ଅନୁମୋଦିତ ହୋଇ ବାସ୍ତବତାରେ ପରିଣତ ହେବ। ଏହି ପ୍ରସ୍ତାବକୁ ଚଳିତ ବର୍ଷ ପ୍ରାରମ୍ଭରେ କ୍ୟାବିନେଟ ଅନୁମୋଦନ କରିଥିଲା ଏବଂ ଚଳିତ ବର୍ଷ ଶେଷରେ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ।
ସେ କହିଛନ୍ତି, ଆମେ ବର୍ତ୍ତମାନ ‘ୱାନ ନେଶନ ୱାନ ଇଲେକ୍ସନ’ ଦିଗରେ କାର୍ଯ୍ୟ କରୁଛୁ, ଯାହା ଭାରତର ଗଣତନ୍ତ୍ରକୁ ମଜବୁତ କରିବ, ଭାରତର ସମ୍ବଳର ସର୍ବୋତ୍ତମ ଉପଯୋଗ କରିବ ଏବଂ ଏକ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାରେ ଦେଶକୁ ନୂତନ ଗତି ଦେବ। ଆଜି ଦେଶ ‘ଓ୍ବାନ ନେସନ ୱାନ ସିଭିଲ କୋଡ’ ବା ୟୁସିସି ବା ୟୁନିଫର୍ମ ସିଭିଲ କୋଡ ଆଡକୁ ଗତି କରୁଛି, ଯାହା ଏକ ଧର୍ମନିରପେକ୍ଷ ସିଭିଲ କୋଡ।

The post ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ସହ ୟୁସିସିକୁ ନେଇ ମୋଦି ଦେଲେ ବଡ଼ ସୂଚନା appeared first on Dharitri Odia News.