ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ

ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି। ଏପରି କି ଟ୍ରକ, ଜେସିବି ମେଶିନ ସହ ଏକ୍‌ ବୋଲେରୋ ଗାଡିକୁ ବାରକୋଟ ଥାନା ପୋଲିସ ଜବତ କରି ଅଧିକ ଖୋଳତାଡ କରୁଛି । ଦେବଗଡ ଜିଲା ବାରକୋଟ ଥାନା ରଞ୍ଜଛକରୁ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ସୁନ୍ଦରଗଡ଼ ଜିଲା […] The post ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ appeared first on Dharitri Odia News.

ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ

ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି। ଏପରି କି ଟ୍ରକ, ଜେସିବି ମେଶିନ ସହ ଏକ୍‌ ବୋଲେରୋ ଗାଡିକୁ ବାରକୋଟ ଥାନା ପୋଲିସ ଜବତ କରି ଅଧିକ ଖୋଳତାଡ କରୁଛି ।

ଦେବଗଡ ଜିଲା ବାରକୋଟ ଥାନା ରଞ୍ଜଛକରୁ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ସୁନ୍ଦରଗଡ଼ ଜିଲା ବଣେଇ ଜେଲ୍‌ରେ କାର୍ଯ୍ୟରତ ଜକେଇକେଳା ଗ୍ରାମର କନଷ୍ଟେବଳ ସତ୍ୟାନନ୍ଦ ବେହେରା, ବାରକୋଟ ଥାନା ବଲଣ୍ଡା ଗ୍ରାମର ସାଗର କୁମାର ସାହୁ, କେନ୍ଦୁଝର ଜିଲା କୁଆପୋସି ଗ୍ରାମର ଯୁଧୀଷ୍ଠିର ମହନ୍ତ ଓ ବଣେଇ ଥାନା ଜକେଇକେଳା ଗ୍ରାମର ଅଜିତ କୁମାର ସାହୁ ଗିରଫ ହୋଇଛନ୍ତି ।

କନଷ୍ଟେବଳ ସତ୍ୟାନନ୍ଦ ବେହେରା ମଧ୍ୟସ୍ତି ସାଜି ଲୁହାପଥର ଚୋରା ଚାଲାଣ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ଜେସିବି ଏବଂ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ୨୦୦୮ରେ ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ଲୁହାପଥର ଜବତ କରି ରଞ୍ଜ ଛକରେ ଗଚ୍ଛିତ ରଖିଥିଲା । ଗତ କିଛି ମାସ ଭିତରେ ସେଠାରୁ କୋଟି କୋଟି ଟଙ୍କାର ଲୁହାପଥର ଚୋରା ଚାଲାଣ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଆଖିରେ ଧୂଳିଦେଇ ଅଭିଯୁକ୍ତମାନେ ସେଠାରୁ ଲୁହାପଥର ଚୋରା ଚାଲାଣ କରୁଥିବା ଜଣାପଡିଛି।

The post ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ appeared first on Dharitri Odia News.