ଆଜିଠୁ ବିଗ୍ବସ୍ ୧୮
ମୁମ୍ବାଇ: ରିୟଲିଟି ଶୋ’ ବିଗ୍ବସ୍ର ୧୮ତମ ସିଜନ୍ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାତି ୯ଟାରେ କଲର୍ସ ଟିଭିରେ ପ୍ରିମିୟର୍ ହେବାସହ ଜିଓ ସିନେମାରେ ମଧ୍ୟ ଷ୍ଟ୍ରିମିଂ ହେବ। ଚଳିତ ସିଜନ୍ରେ ମଧ୍ୟ ଅଭିନେତା ସଲମାନ ଖାନ୍ ଏହି ଶୋ’କୁ ହୋଷ୍ଟ କରିବେ। ତେବେ ବିଗ୍ବସ୍ର ୧୮ର ଥିମ୍ ରହିଛି ‘ଟାଇମ୍ କା ତାଣ୍ଡବ’। ଶୋ’ରେ ନିର୍ମାତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଚିତ୍ତାକର୍ଷକ ଧାରଣାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ […] The post ଆଜିଠୁ ବିଗ୍ବସ୍ ୧୮ appeared first on Dharitri Odia News.
ମୁମ୍ବାଇ: ରିୟଲିଟି ଶୋ’ ବିଗ୍ବସ୍ର ୧୮ତମ ସିଜନ୍ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାତି ୯ଟାରେ କଲର୍ସ ଟିଭିରେ ପ୍ରିମିୟର୍ ହେବାସହ ଜିଓ ସିନେମାରେ ମଧ୍ୟ ଷ୍ଟ୍ରିମିଂ ହେବ। ଚଳିତ ସିଜନ୍ରେ ମଧ୍ୟ ଅଭିନେତା ସଲମାନ ଖାନ୍ ଏହି ଶୋ’କୁ ହୋଷ୍ଟ କରିବେ। ତେବେ ବିଗ୍ବସ୍ର ୧୮ର ଥିମ୍ ରହିଛି ‘ଟାଇମ୍ କା ତାଣ୍ଡବ’। ଶୋ’ରେ ନିର୍ମାତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଚିତ୍ତାକର୍ଷକ ଧାରଣାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଚଳିତ ସିଜନ୍ ପାଇଁ ବିଗ୍ବସ୍ ସେଟ୍ର ଡିଜାଇନ୍ ଜଟିଳ ଭାବରେ ପ୍ରସ୍ତୁତ ହୋଇଛି। ବିଗ୍ବସ୍ ୧୮ର ସେଟ୍ ଭାରତୀୟ ସଂସ୍କୃତିର ପ୍ରାଚୀନ ଗୁମ୍ଫା ଏବଂ ଦୁର୍ଗଗୁଡ଼ିକରୁ ପ୍ରେରଣା ନେଇ ଅନୁରୂପ ଭାବେ ପ୍ରସ୍ତୁତ ହୋଇଛି। ଏହି ଡିଜାଇନ୍କୁ ପ୍ରସ୍ତୁତ କରିବା ନିମନ୍ତେ ୪୫ ଦିନର ସମୟ ଲାଗିଥିଲା। ପ୍ରାୟ ୨୦୦ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବିଗ୍ବସ୍ର ଚଳିତ ସିଜନ୍ରେ ଭିଭିଆନ୍ ଡିସେନା, ନିୟା ଶର୍ମା, ଶୋଏବ ଇବ୍ରାହିମ୍, ପଦ୍ମିନୀ କୋଲ୍ହାପୁର, ସମୀରା ରେଡ୍ଡୀ, ସୁର୍ଭି ଜ୍ୟୋତି, କରନ୍ବୀର ମେହେରା, ଶିଳ୍ପା ଶିରୋଦ୍କର, କ୍ରିଷ୍ଣା ଶ୍ରଫ୍, ନ୍ୟାରା ବାନାର୍ଜୀଙ୍କ ଭଳି ଅନେକ ତାରକା ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଛନ୍ତି।
The post ଆଜିଠୁ ବିଗ୍ବସ୍ ୧୮ appeared first on Dharitri Odia News.