ତାତିଗଲେ ଲୋକେ ବୋହି ନେଲେ କୁକୁଡ଼ା

ପରଜଙ୍ଗ,୨୩।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗାଁରେ କୁକୁଡ଼ା ଚିଆଁ ବଣ୍ଟନ ବେଳେ ହଟ୍ଟଗୋଳ ହୋଇଛି । ଉତ୍ତ୍ୟକ୍ତ ଲୋକେ କୁକୁଡ଼ା ଚିଆଁ ବୋହି ନେଇଛନ୍ତି। ୨୦୨୨-୨୩ ମସିହାରେ ପରଜଙ୍ଗ ଆଇସିଡିଏସ୍‌ ରିପୋର୍ଟ ଅନୁଯାୟୀ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା କମ ଓଜନ ଶିଶୁ ଏବଂ ରକ୍ତହୀନତା ମହିଳା ମାନଙ୍କର ଏକ ଚିଠା ପ୍ରସ୍ତୁତ କରାଯାଇଥିଲା। ଯାହାର ଆଧାରରେ ମକ୍ସସେଲ ନାମକ ଏକ ସଂସ୍ଥା କୁକୁଡ଼ା ବଣ୍ଟନ ପାଇଁ ଦାୟିତ୍ୱ ବହନ କରିଥିଲା । […] The post ତାତିଗଲେ ଲୋକେ ବୋହି ନେଲେ କୁକୁଡ଼ା appeared first on Dharitri Odia News.

ତାତିଗଲେ ଲୋକେ ବୋହି ନେଲେ କୁକୁଡ଼ା

ପରଜଙ୍ଗ,୨୩।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗାଁରେ କୁକୁଡ଼ା ଚିଆଁ ବଣ୍ଟନ ବେଳେ ହଟ୍ଟଗୋଳ ହୋଇଛି । ଉତ୍ତ୍ୟକ୍ତ ଲୋକେ କୁକୁଡ଼ା ଚିଆଁ ବୋହି ନେଇଛନ୍ତି। ୨୦୨୨-୨୩ ମସିହାରେ ପରଜଙ୍ଗ ଆଇସିଡିଏସ୍‌ ରିପୋର୍ଟ ଅନୁଯାୟୀ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା କମ ଓଜନ ଶିଶୁ ଏବଂ ରକ୍ତହୀନତା ମହିଳା ମାନଙ୍କର ଏକ ଚିଠା ପ୍ରସ୍ତୁତ କରାଯାଇଥିଲା। ଯାହାର ଆଧାରରେ ମକ୍ସସେଲ ନାମକ ଏକ ସଂସ୍ଥା କୁକୁଡ଼ା ବଣ୍ଟନ ପାଇଁ ଦାୟିତ୍ୱ ବହନ କରିଥିଲା । ତେବେ ଜୟପୁରାକାଟେଣୀ ଗାଁରେ କୁକୁଡ଼ା ବଣ୍ଟନ ବେଳେ ଲୋକଙ୍କ ସନ୍ଦେହ ଜାତ ହୋଇଥିଲା। ମନ ଇଚ୍ଛା ଲୋକ ଦେଖାଣିଆ ଭାବେ କିଛି ଲୋକଙ୍କୁ କୁକୁଡ଼ା ଦେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯାହାକୁ ପାଥେୟ କରି ଲୋକମାନେ ଆଉ କିଛି ନମାନି ସିଧାସଳଖ ଭାବେ କୁକୁଡ଼ା ଗୁଡିକ ବୋହି ନେଇଥିଲେ। କିଛି କୁକୁଡ଼ା ମଧ୍ୟ ଉଡି ଯାଇଥିବା ଦେଖିବାକୁ ମିଳିଛି। ଏ ନେଇ କୁକୁଡ଼ା ଚିଆଁ ବୋଝେଇ ପିକ ଅପ ଭ୍ୟାନଟି ଫେରାର ମାରିଥିଲା।

The post ତାତିଗଲେ ଲୋକେ ବୋହି ନେଲେ କୁକୁଡ଼ା appeared first on Dharitri Odia News.