ଜଲାପୁଟ ଜଳଭଣ୍ଡାରରୁ ମିଳିଲା ଆଉ ଜଣଙ୍କ ମୃତଦେହ, ଫଟୋ ଉଠାଉଥିବା ବେଳେ ଓଲଟି ପଡିଥିଲା ଡଙ୍ଗାଟି

ଲମତାପୁଟ: କୋଲାବ ଜଳଭଣ୍ଡାର ଜଲାପୁଟ ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ଦିନ ପରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ଦୁଇ ନାବାଳକ ଶିବ ହନ୍ତାଳ ଏବଂ ଅମିତ ହନ୍ତାଳ । ଗତକାଲି ଶିବ ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅମିତ ହନ୍ତାଳଙ୍କ ମୃତଦେହ ମିଳିଛି […] The post ଜଲାପୁଟ ଜଳଭଣ୍ଡାରରୁ ମିଳିଲା ଆଉ ଜଣଙ୍କ ମୃତଦେହ, ଫଟୋ ଉଠାଉଥିବା ବେଳେ ଓଲଟି ପଡିଥିଲା ଡଙ୍ଗାଟି appeared first on KNews Odisha.

ଜଲାପୁଟ ଜଳଭଣ୍ଡାରରୁ ମିଳିଲା ଆଉ ଜଣଙ୍କ ମୃତଦେହ, ଫଟୋ ଉଠାଉଥିବା ବେଳେ ଓଲଟି ପଡିଥିଲା ଡଙ୍ଗାଟି
mahanadi 2

ଲମତାପୁଟ: କୋଲାବ ଜଳଭଣ୍ଡାର ଜଲାପୁଟ ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ଦିନ ପରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ଦୁଇ ନାବାଳକ ଶିବ ହନ୍ତାଳ ଏବଂ ଅମିତ ହନ୍ତାଳ । ଗତକାଲି ଶିବ ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅମିତ ହନ୍ତାଳଙ୍କ ମୃତଦେହ ମିଳିଛି ।

ସୂଚନା ଅନୁସାରେ, ଫେବୃଆରୀ ୨ ତାରିଖରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଗୋଟିଏ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଡଙ୍ଗାରେ ୩ଜଣ ନବମ ଶ୍ରେଣୀ ଛାତ୍ର ଫଟୋ ଉଠାଉଥିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ଫଳରେ ୩ଜଣ ଛାତ୍ର ଭାସିଯାଇଥିଲେ । ମାତ୍ର ଜଣେ ଛାତ୍ର ପହଁରି ପହଁରି କୂଳକୁ ଫେରିଆସିଥିଲେ ମଧ୍ୟ ଅନ୍ୟ ଦୁଇଜଣ ଛାତ୍ରଙ୍କ ପତ୍ତା ମିଳୁନଥିଲା । ଗତକାଲି ଜଣେ ଛାତ୍ରଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣେ ଛାତ୍ରଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।

 

 

ଆହୁରି ପଢନ୍ତୁ : ଟ୍ରାକ୍ଟର ଓଲଟି ଦୁଇ ଭଉଣୀଙ୍କ ମୃତ୍ୟୁ, ବାପାଙ୍କ ପାଖକୁ ଭାତ ନେଇ ବିଲକୁ ଯାଉଥିଲେ

The post ଜଲାପୁଟ ଜଳଭଣ୍ଡାରରୁ ମିଳିଲା ଆଉ ଜଣଙ୍କ ମୃତଦେହ, ଫଟୋ ଉଠାଉଥିବା ବେଳେ ଓଲଟି ପଡିଥିଲା ଡଙ୍ଗାଟି appeared first on KNews Odisha.