ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିଥିଲେ। ସୋମବାର ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ଜଳଖିଆରେ ଓଡ଼ିଶା ପ୍ରସିଦ୍ଧ ଛେନାପୋଡ଼ ଖାଇ ବ୍ରହ୍ମପୁର ଅଭିମୁଖେ ପ୍ରଚାର ପାଇଁ ବାହାରିଥିଲେ। କୁହାଯାଉଛି ପ୍ରଧାନମନ୍ତ୍ରୀ ଛେନାପୋଡ଼କୁ ବେଶ ପସନ୍ଦ କରନ୍ତି। ତେବେ ରାଜଭବନରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛେନାପୋଡ ପ୍ରସ୍ତୁତ କରାଯାଇଥିଲା। ହୋଟେଲ […] The post ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା appeared first on Dharitri Odia News.

ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା

ଭୁବନେଶ୍ୱର,୬।୫: ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ରବିବାର ଆସି ଓଡ଼ିଶାରେ ପହଁଞ୍ଚିଛନ୍ତି। ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ ସମୟରେ ଆସି ସେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିଥିଲେ। ସୋମବାର ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ଜଳଖିଆରେ ଓଡ଼ିଶା ପ୍ରସିଦ୍ଧ ଛେନାପୋଡ଼ ଖାଇ ବ୍ରହ୍ମପୁର ଅଭିମୁଖେ ପ୍ରଚାର ପାଇଁ ବାହାରିଥିଲେ।

କୁହାଯାଉଛି ପ୍ରଧାନମନ୍ତ୍ରୀ ଛେନାପୋଡ଼କୁ ବେଶ ପସନ୍ଦ କରନ୍ତି। ତେବେ ରାଜଭବନରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛେନାପୋଡ ପ୍ରସ୍ତୁତ କରାଯାଇଥିଲା। ହୋଟେଲ ମେ’ଫେୟାର ପକ୍ଷରୁ ଏହି ଛେନାପୋଡ଼ ପ୍ରସ୍ତୁତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ରାଜଭବନକୁ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଏହାକୁ ତନ୍ନ ତନ୍ନ ମେଶିନ ମାଧ୍ୟମରେ କରି ଯାଞ୍ଚ କରିଥିଲେ।

ମୋଦି ସୋମବାର ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଏବଂ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରର ଚିକିଲି ଛକଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟ

The post ଜଳଖିଆରେ ଛେନାପୋଡ଼ ଖାଇଲେ ମୋଦି, ପ୍ରସ୍ତୁତ ହେଲା ସ୍ପେଶାଲ ଖାଇବା appeared first on Dharitri Odia News.