ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ,ପାଣିରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ

ମାଥିଲି : ପିକନିକ ଆସି ଦୁଇ ଭାଇଙ୍କର ପାଣିରେ ବୁଡି ମୃତ୍ୟୁ । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମାଡକାପଦର ପଞ୍ଚାୟତ ଅନ୍ତର୍ଗତ ଗୁମ୍ମାଝରଣ ଜଳପ୍ରପାତରେ। ଆଜି ରଜ ପାଇଁ କୋରାପୁଟ ଜିଲ୍ଲା ଜୟପୁର ବାଇପାସ ରୋଡ଼ର ଏକ ପରିବାର ପିକନିକ ଆସିଥିବା ବେଳେ ଦିନ ୨ ଟା ସମୟରେ ବଡ଼ ଭାଇ ପ୍ରଦୀପ ସାହୁ (୩୪) ଓ ସାନ ଭାଇ ସନ୍ଦୀପ ସାହୁ (୩୦) ଜଳପ୍ରପାତରେ ଗାଧୋଇବା ସମୟରେ ବୁଡି […]

ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ,ପାଣିରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ
2 minor drowned

ମାଥିଲି : ପିକନିକ ଆସି ଦୁଇ ଭାଇଙ୍କର ପାଣିରେ ବୁଡି ମୃତ୍ୟୁ । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମାଡକାପଦର ପଞ୍ଚାୟତ ଅନ୍ତର୍ଗତ ଗୁମ୍ମାଝରଣ ଜଳପ୍ରପାତରେ। ଆଜି ରଜ ପାଇଁ କୋରାପୁଟ ଜିଲ୍ଲା ଜୟପୁର ବାଇପାସ ରୋଡ଼ର ଏକ ପରିବାର ପିକନିକ ଆସିଥିବା ବେଳେ ଦିନ ୨ ଟା ସମୟରେ ବଡ଼ ଭାଇ ପ୍ରଦୀପ ସାହୁ (୩୪) ଓ ସାନ ଭାଇ ସନ୍ଦୀପ ସାହୁ (୩୦) ଜଳପ୍ରପାତରେ ଗାଧୋଇବା ସମୟରେ ବୁଡି ଯାଇଥିଲେ । ପରିବାର ଲୋକେ କିଛି ଉପାୟ ନପାଇ ଚିତ୍କାର କରିଥିଲେ । ଚିତ୍କାର ଶୁଣି ନିକଟରେ ଥିବା ଗାଁ ଲୋକେ ଆସି ଉଦ୍ଧାର କରିଥିଲେ ।

ଦୁଇ ଜଣକୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଚିକିତ୍ସାଳୟରେ ପହଞ୍ଚିବା ବିଳମ୍ବ ହୋଇ ଯାଇଥିଲା । ଚିକିତ୍ସାଳୟର ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ହୋଇଯାଇଥିବା ଶୁଣି ସାଙ୍ଗରେ ଆସିଥିବା ବାପା , ମା ,ଭଉଣୀ ଓ ଭଉଣୀ ଜ୍ୱାଇଁ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଖବର ପାଇ ମାଥିଲି ଥାନା ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଗୁମ୍ମାଝରଣ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ମଧ୍ୟ ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦିନକୁ ଏପରି ଘଟଣା ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି ।