ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଏହା ପଛରେ ତ ବିଭିନ୍ନ କାରଣ ରହିଛି। ତେବେ ଏଥିପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ଅନେକାଂଶରେ ଦାୟୀ ବୋଲି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଜିକାଲି ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସେମାନେ କରିଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ବର୍ଷକୁ ପ୍ରାୟ ତିନି ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି। ପ୍ରକାଶିତ ରିପୋର୍ଟରେ […] The post ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ appeared first on Dharitri Odia News.

ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଏହା ପଛରେ ତ ବିଭିନ୍ନ କାରଣ ରହିଛି। ତେବେ ଏଥିପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ଅନେକାଂଶରେ ଦାୟୀ ବୋଲି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଜିକାଲି ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସେମାନେ କରିଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ବର୍ଷକୁ ପ୍ରାୟ ତିନି ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି। ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଳେଖ କରିଛନ୍ତି ଯେ, ‘ପ୍ଲାଷ୍ଟିକଜାତ ପଦାର୍ଥ ମଧ୍ୟ ମାଟିରେ ପୋତି ହୋଇ ପଡିବା ଯୋଗୁ ମୃତ୍ତିକାର ଗୁଣବତ୍ତା କମିଯିବା ସାଙ୍ଗକୁ ମାଟିର ଜଳଧାରଣ କ୍ଷମତାର ହ୍ରାସ ଘଟିବା ସାଙ୍ଗକୁ ଭୂତଳ ଜଳ ଉତ୍ସର ଅବକ୍ଷୟ ଘଟୁଛି। ପ୍ଲାଷ୍ଟିକ ଆବର୍ଜନା ସ୍ବେରେଜ ନାଳୀରେ ପ୍ରବେଶ କରି ମଇଳା ଜଳର ପ୍ରବାହକୁ ବାଧାପ୍ରାପ୍ତ କରିଥାଏ। ଅଶୋଧିତ ପେଟ୍ରୋଲିୟମ୍‌ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ ଓ ସବୁଜଘର ଗ୍ୟାସ୍‌ ଉତ୍ପନ୍ନ ହୋଇ ବାୟୁମଣ୍ଡଳରେ ପ୍ରବେଶ କରେ। କେବଳ ସେତିକି ନୁହେଁ, ପ୍ଲାଷ୍ଟିକ ପଦାର୍ଥକୁ ଭସ୍ମୀକରଣ ପ୍ରକ୍ରିୟାରେ ପୋଡି ନଷ୍ଟ କରାଯିବା ଦ୍ୱାରା ମଧ୍ୟ ଅନେକ ସବୁଜଘର ଗ୍ୟାସ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଏହାକୁ ଯଦି ନିୟନ୍ତ୍ରଣ କରା ନ ଯାଏ ତେବେ ଆଗାମୀ କିଛି ବର୍ଷ ଭିତରେ ପ୍ଲାଷ୍ଟିକ ପ୍ରଦୂଷଣ ତାହାର କାୟା ଆହୁରି ବିସ୍ତାର କରିବ।

The post ଜଳବାୟୁ ପରିବର୍ତ୍ତନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ଦାୟୀ appeared first on Dharitri Odia News.