ଟୋଲ୍ ପ୍ଲାଜାରେ ଆତଙ୍କବାଦୀ ଆକ୍ରମଣ: ୩ ପୋଲିସ କର୍ମଚାରୀଙ୍କ ସମେତ ୪ ମୃତ
ଇସଲାମାବାଦ,୧୦ା୧: ବୁଧବାର ଆତଙ୍କବାଦୀମାନେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶରେ ଏକ ଟୋଲ୍ ପ୍ଲାଜା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମ୍ରେ ୪ ଜଣଙ୍କ ପ୍ରାଣହାନି ଘଟିଛି। ଆଜି ସକାଳେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶର କୋହାଟ ଜିଲାର ଲାଚି ଟୋଲ ପ୍ଲାଜାରେ ଅଜ୍ଞାତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାପୂର୍ବରୁ ରବିବାର ଖାଇବର-ପଖତୁନଖଓ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଅତି କମ୍ରେ ୪ […] The post ଟୋଲ୍ ପ୍ଲାଜାରେ ଆତଙ୍କବାଦୀ ଆକ୍ରମଣ: ୩ ପୋଲିସ କର୍ମଚାରୀଙ୍କ ସମେତ ୪ ମୃତ appeared first on Dharitri Odia News.
ଇସଲାମାବାଦ,୧୦ା୧: ବୁଧବାର ଆତଙ୍କବାଦୀମାନେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶରେ ଏକ ଟୋଲ୍ ପ୍ଲାଜା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତି କମ୍ରେ ୪ ଜଣଙ୍କ ପ୍ରାଣହାନି ଘଟିଛି। ଆଜି ସକାଳେ ପାକିସ୍ତାନର ପଖତୁନଖଓ୍ବା ପ୍ରଦେଶର କୋହାଟ ଜିଲାର ଲାଚି ଟୋଲ ପ୍ଲାଜାରେ ଅଜ୍ଞାତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ଏହାପୂର୍ବରୁ ରବିବାର ଖାଇବର-ପଖତୁନଖଓ୍ବା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଅତି କମ୍ରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଜିଲା ପୋଲିସ ଅଧିକାରୀ (ଡିପିଓ) ମହମ୍ମଦ ଇମ୍ରାନ କହିଛନ୍ତି ଯେ, ସ୍ବୟଂଚାଳିତ ଅସ୍ତ୍ରରେ ସଜ୍ଜିତ ଆକ୍ରମଣକାରୀମାନେ ପାରାଚିନାରରୁ ପେଶାଓ୍ବାର ଅଭିମୁଖେ ଦୁଇଟି ଯାନକୁ ଟାର୍ଗେଟ କରିଥିଲେ।
The post ଟୋଲ୍ ପ୍ଲାଜାରେ ଆତଙ୍କବାଦୀ ଆକ୍ରମଣ: ୩ ପୋଲିସ କର୍ମଚାରୀଙ୍କ ସମେତ ୪ ମୃତ appeared first on Dharitri Odia News.