‘୨୪ ଘଣ୍ଟାରେ ଓମ୍‌ ବିର୍ଲାଙ୍କ ଝିଅଙ୍କ ବିରୋଧରେ କରାଯାଇଥିବା ବିବାଦୀୟ ପୋଷ୍ଟ ହଟାଅ’

ନୂଆଦିଲ୍ଲୀ,୨୩।୭: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ନାମରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ‘ଏକ୍ସ’ ଏବଂ ଗୁଗୁଲ୍‌କୁ ବିବାଦୀୟ ପୋଷ୍ଟଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ କହିଛନ୍ତି। ଏହାଛଡ଼ା କୋର୍ଟ ବିବାଦୀୟ ସାମଗ୍ରୀର ପ୍ରକାଶନ, ପୋଷ୍ଟିଂ, ପ୍ରଚାର ଏବଂ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ପେସାରେ ମଡେଲ ହୋଇଥିଲେ ହେଁ ବାପା ଓମ୍‌ ବିର୍ଲାଙ୍କ ପ୍ରଭାବ ଯୋଗୁ ସେ ପ୍ରଥମ ପ୍ରଚେଷ୍ଟାରେ […] The post ‘୨୪ ଘଣ୍ଟାରେ ଓମ୍‌ ବିର୍ଲାଙ୍କ ଝିଅଙ୍କ ବିରୋଧରେ କରାଯାଇଥିବା ବିବାଦୀୟ ପୋଷ୍ଟ ହଟାଅ’ appeared first on Dharitri Odia News.

‘୨୪ ଘଣ୍ଟାରେ ଓମ୍‌ ବିର୍ଲାଙ୍କ ଝିଅଙ୍କ ବିରୋଧରେ କରାଯାଇଥିବା ବିବାଦୀୟ ପୋଷ୍ଟ ହଟାଅ’

ନୂଆଦିଲ୍ଲୀ,୨୩।୭: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲାଙ୍କ ନାମରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ‘ଏକ୍ସ’ ଏବଂ ଗୁଗୁଲ୍‌କୁ ବିବାଦୀୟ ପୋଷ୍ଟଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ କହିଛନ୍ତି। ଏହାଛଡ଼ା କୋର୍ଟ ବିବାଦୀୟ ସାମଗ୍ରୀର ପ୍ରକାଶନ, ପୋଷ୍ଟିଂ, ପ୍ରଚାର ଏବଂ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ତେବେ ପେସାରେ ମଡେଲ ହୋଇଥିଲେ ହେଁ ବାପା ଓମ୍‌ ବିର୍ଲାଙ୍କ ପ୍ରଭାବ ଯୋଗୁ ସେ ପ୍ରଥମ ପ୍ରଚେଷ୍ଟାରେ ୟୁପିଏସ୍‌ସି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ଅଞ୍ଜଳିଙ୍କ ଉପରେ ଅଭିଯୋଗ ହୋଇଆସୁଛି। ଏହାକୁ ନେଇ ଅନେକ ପୋଷ୍ଟ ମଧ୍ୟ କରାଯାଇଛି, ଯାହାକୁ ହଟାଇବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଅଞ୍ଜଳି ଆଇଆର୍‌ପିଏସ୍‌ ଅଧିକାରୀ ଭାବେ କାର୍ଯ୍ୟରତ। ସେ ତାଙ୍କ ବିରୋଧରେ ଏଭଳି ମିଥ୍ୟା, ଭ୍ରମାତ୍ମକ ସୂଚନାର ପ୍ରଚାର ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଇଥିଲେ। ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୧୫ରେ ହେବ।

The post ‘୨୪ ଘଣ୍ଟାରେ ଓମ୍‌ ବିର୍ଲାଙ୍କ ଝିଅଙ୍କ ବିରୋଧରେ କରାଯାଇଥିବା ବିବାଦୀୟ ପୋଷ୍ଟ ହଟାଅ’ appeared first on Dharitri Odia News.