ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭରେଷ୍ଟ ଆଖପାଖ ଗ୍ଲେସିୟର ତରଳୁଛି
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟର ଆଖପାଖ ଗ୍ଲେସିୟର ଦ୍ରୁତଗତିରେ ତରଳିବାରେ ଲାଗିଛି, ଯାହା ଫଳରେ ଏହି ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଗଷ୍ଟ ୨୦୨୪ରେ, ଏକ ଗ୍ଲାସିୟାଲ ହ୍ରଦ ଉଛୁଳାଜନିତ ବନ୍ୟା (ଜିଏଲ୍ଓଏଫ୍) ନେପାଳର ଅନେକ ପ୍ରସିଦ୍ଧ ଶେର୍ପାଙ୍କ ବାସସ୍ଥଳୀ ଥାମେ ଗ୍ରାମକୁ ଧୋଇ ନେଇଥିଲା। ବନ୍ୟା ଜଳରେ କେହି ମୃତାହତ ହୋଇ ନ ଥିବା ବେଳେ ବନ୍ୟାପାଣି ଅନେକ ଘର, ଗୋଟିଏ ସ୍କୁଲ ଓ ଏକ […]

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟର ଆଖପାଖ ଗ୍ଲେସିୟର ଦ୍ରୁତଗତିରେ ତରଳିବାରେ ଲାଗିଛି, ଯାହା ଫଳରେ ଏହି ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଗଷ୍ଟ ୨୦୨୪ରେ, ଏକ ଗ୍ଲାସିୟାଲ ହ୍ରଦ ଉଛୁଳାଜନିତ ବନ୍ୟା (ଜିଏଲ୍ଓଏଫ୍) ନେପାଳର ଅନେକ ପ୍ରସିଦ୍ଧ ଶେର୍ପାଙ୍କ ବାସସ୍ଥଳୀ ଥାମେ ଗ୍ରାମକୁ ଧୋଇ ନେଇଥିଲା। ବନ୍ୟା ଜଳରେ କେହି ମୃତାହତ ହୋଇ ନ ଥିବା ବେଳେ ବନ୍ୟାପାଣି ଅନେକ ଘର, ଗୋଟିଏ ସ୍କୁଲ ଓ ଏକ ଜଳବିଦ୍ୟୁତ୍ ପ୍ଲାଣ୍ଟକୁ ନଷ୍ଟ କରିବା ସହ ଡଜନାଧିକ ଲୋକ ବିସ୍ଥାପିତ ହୋଇଥିଲେ। ଗାଁର କ୍ଷତିଗ୍ରସ୍ତ କ୍ଲିନିକର ଡାକ୍ତର କାମି ଟେମ୍ବା ସେର୍ପା ଏହି କ୍ଷୟକ୍ଷତି ବିଷୟରେ ବର୍ଣ୍ଣନା କରି କୁହନ୍ତି, ନିକଟରେ ଆସିଥିବା ବନ୍ୟା ଆମର ସୁନ୍ଦର ଥାମେ ଉପତ୍ୟକାକୁ ନଷ୍ଟ କରିଦେଇଛି ଏବଂ ଘର ଓ ଭିତ୍ତିଭୂମିର ଯଥେଷ୍ଟ କ୍ଷତି କରିଛି। ଜିଏଲ୍ଓଏଫ୍ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇବାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଆମେ ଏକ ଅସ୍ଥାୟୀ କ୍ଲିନିକ୍ ପ୍ରତିଷ୍ଠା କରିଛୁ, କିନ୍ତୁ ରାସ୍ତାଗୁଡ଼ିକର ଶୋଚନୀୟ ଅବସ୍ଥା ଯୋଗୁ ସେବା ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି ବୋଲି ସେର୍ପା କହିଛନ୍ତି। ସେହି ସ୍ଥାନରେ ପୁନଃନିର୍ମାଣ କରାଯିବ ନା ଥାମେ ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ସେ ନେଇ ଏବେ ପ୍ରଶ୍ନ ଉଠୁଛି ବୋଲି ଏଡିବି କହିଛି। ତାହାର ନିଷ୍ପତ୍ତି ଏକ ବିସ୍ତୃତ ଭୂତାତ୍ତ୍ୱିକ ଅନୁସନ୍ଧାନ ଏବଂ ଗ୍ଲେସିଆଲ ହ୍ରଦ ସହିତ ଜଡିତ ବିପଦ ବିଷୟରେ ବୁଝିବା ଉପରେ ନିର୍ଭର କରେ।