ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି ଅଫ୍‌ ବ୍ରିଟେନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ୪୨ବର୍ଷୀୟ ବାମହାତୀ ସ୍ପିନର ପାନେସର ଇଂଲଣ୍ଡ ପାଇଁ ୫୦ଟେଷ୍ଟ ମ୍ୟାଚ ଖେଳି ୧୬୭ ଉଇକେଟ ଅକ୍ତିଆର କରିଛନ୍ତି। ସେ ଇଲିଙ୍ଗ ସାଉଥାଲ ନିର୍ବାଚନ ପାର୍ଲାମେଣ୍ଟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ। ପାନେସର ଜନୈକ ଖବରକାଗଜରେ ତାଙ୍କର ଏକ ସ୍ତମ୍ଭରେ ଉଲ୍ଲେଖ […] The post ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର appeared first on Dharitri Odia News.

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି ଅଫ୍‌ ବ୍ରିଟେନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ୪୨ବର୍ଷୀୟ ବାମହାତୀ ସ୍ପିନର ପାନେସର ଇଂଲଣ୍ଡ ପାଇଁ ୫୦ଟେଷ୍ଟ ମ୍ୟାଚ ଖେଳି ୧୬୭ ଉଇକେଟ ଅକ୍ତିଆର କରିଛନ୍ତି। ସେ ଇଲିଙ୍ଗ ସାଉଥାଲ ନିର୍ବାଚନ ପାର୍ଲାମେଣ୍ଟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ। ପାନେସର ଜନୈକ ଖବରକାଗଜରେ ତାଙ୍କର ଏକ ସ୍ତମ୍ଭରେ ଉଲ୍ଲେଖ କରିଛନ୍ତ ଯେ, ସେ ଦେଶର ଶ୍ରମିକମାନଙ୍କ ସ୍ବର ହେବାକୁ ଚାହୁଛନ୍ତି। ଭବିଷ୍ୟତରେ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ରହିଛି। ଯଦି ତାଙ୍କର ଏହି ସ୍ବପ୍ନ ସାକାର ହୁଏ ତେବେ ସେ ବ୍ରିଟେନକୁ ଏକ ସୁରକ୍ଷିତ ଏବଂ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବେ। କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରଥମ କାର୍ଯ୍ୟ ହେଉଛି ଇଲିଙ୍ଗ ସାଉଥାଲର ଲୋକମାନଙ୍କର ପ୍ରତିନିଧିତ୍ୱ କରିବା। ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ଶିଖ ସମ୍ପ୍ରଦାୟର ପାନେସର ବେଡଫୋର୍ଡଶାୟାରର ଲୁଟନ୍‌ରେ ଜନ୍ମ ଗ୍ରହଣ କରିଛନ୍ତି। ପ୍ରଥମେ ୨୦୦୮ରେ ନାଗପୁର ଟେଷ୍ଟ ପାଇଁ ତାଙ୍କୁ ଯେତେବେଳେ ମନୋନୀତ କରାଗଲା ଜଣେ କ୍ରିକେଟର ଭାବେସେ ପରିଚିତ ହୋଇଥିଲେ। ୨୦୦୯ ଆଶେସ ସିରିଜ ଏବଂ ୨୦୧୨ ଭାରତ ସିରିଜ ଜିତିଥିବା ଦଳର ସେ ଜଣେ ସଦସ୍ୟ ଥିଲେ। କ୍ରିକେଟରୁ ଯଦିଓ ସେ ବିଧିବଦ୍ଧ ତାଙ୍କର ଅବସର ଘୋଷଣା କରିନାହାନ୍ତି ସେ ୨୦୧୬ରେ କ୍ରିକେଟ ଛାଡ଼ିବା ପରେ ଲଣ୍ଡନସ୍ଥିତ ସେଣ୍ଟ ମେରୀ ୟୁନିଭର୍ସିଟି ସ୍ପୋଟର୍‌ସ ଜର୍ନାଲିଜିମ ପାଠ୍ୟକ୍ରମ ଶେଷ କରିଥିଲେ।

The post ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର appeared first on Dharitri Odia News.