ବୁଝାମଣାରେ ବନ୍ଦ ହେବନି ଯୌନ ଉତ୍ପୀଡ଼ନ ମାମଲା

ନୂଆଦିଲ୍ଲୀ,୮ା୧୧: ପୀଡ଼ିତା ଓ ଅଭିଯୁକ୍ତ ଆପୋଶ ବୁଝାମଣା ଜରିଆରେ ଏକ ଯୌନ ଉତ୍ପୀଡ଼ନ ମାମଲାକୁ ବନ୍ଦ କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ରାଜସ୍ଥାନର ଜଣେ ଶିକ୍ଷକଙ୍କ ବିରୋଧରେ ନିଜ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ହାଇକୋର୍ଟ ରାୟକୁ ଖାରଜ କରିବା ସହ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ୨୦୨୨ରେ ରାଜସ୍ଥାନର ଗଙ୍ଗାପୁର ସହରସ୍ଥିତ ଏକ […] The post ବୁଝାମଣାରେ ବନ୍ଦ ହେବନି ଯୌନ ଉତ୍ପୀଡ଼ନ ମାମଲା appeared first on Dharitri Odia News.

ବୁଝାମଣାରେ ବନ୍ଦ ହେବନି ଯୌନ ଉତ୍ପୀଡ଼ନ ମାମଲା

ନୂଆଦିଲ୍ଲୀ,୮ା୧୧: ପୀଡ଼ିତା ଓ ଅଭିଯୁକ୍ତ ଆପୋଶ ବୁଝାମଣା ଜରିଆରେ ଏକ ଯୌନ ଉତ୍ପୀଡ଼ନ ମାମଲାକୁ ବନ୍ଦ କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ରାଜସ୍ଥାନର ଜଣେ ଶିକ୍ଷକଙ୍କ ବିରୋଧରେ ନିଜ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ହାଇକୋର୍ଟ ରାୟକୁ ଖାରଜ କରିବା ସହ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।

୨୦୨୨ରେ ରାଜସ୍ଥାନର ଗଙ୍ଗାପୁର ସହରସ୍ଥିତ ଏକ ସରକାରୀ ସ୍କୁଲର ଶିକ୍ଷକଙ୍କ ବିରୋଧରେ ଜଣେ ଦଳିତ ନାବାଳିକା ଛାତ୍ରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ପୋଲିସ ପୋକ୍ସୋ ଆଇନ ଏବଂ ଏସ୍‌ସି/ଏସ୍‌ଟି (ନିର୍ଯାତନା ନିବାରଣ) ଆଇନ ବଳରେ ମାମଲା ରୁଜୁ କରିଥିଲା। ନାବାଳିକାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ତେବେ ଅଭିଯୁକ୍ତ ଶିକ୍ଷକ ବିମଲ କୁମାର ଗୁପ୍ତା ଛାତ୍ରୀଙ୍କ ପରିବାରଠାରୁ ଏକ ଷ୍ଟାମ୍ପ୍‌ ପେପରରେ ବୟାନ ଆଣିବାରେ ସକ୍ଷମ ହୋଇଥିଲେ। ପୀଡ଼ିତାଙ୍କ ପରିବାର ସଦସ୍ୟମାନେ ସେଥିରେ ଉଲ୍ଲେଖ କରିଥିଲେ, ଭୁଲ୍‌ ବୁଝାମଣା ଯୋଗୁ ସେମାନେ ପୋଲିସରେ ଏତଲା ଦେଇଥିଲେ ଏବଂ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଚାହାନ୍ତି ନାହିଁ। ପୋଲିସ ଏହାକୁ ଗ୍ରହଣ କରି ରିପୋର୍ଟ ଦାଖଲ କରିଥିଲା। କିନ୍ତୁ ତଳ କୋର୍ଟ ଉକ୍ତ ବୟାନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଅଭିଯୁକ୍ତ ହାଇକୋର୍ଟରେ ଉକ୍ତ ଷ୍ଟାମ୍ପ୍‌ ପେପରକୁ ଦାଖଲ କରିଥିଲେ। ହାଇକୋର୍ଟ ତାକୁ ଗ୍ରହଣ କରିବା ସହ ଏଫ୍‌ଆଇଆର୍‌କୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାମାଜିକ କର୍ମୀ ରାମଜୀ ଲାଲ ବୈରଓ୍ବା ହାଇକୋର୍ଟଙ୍କ ଅର୍ଡରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସି.ଟି. ରବିକୁମାର ଏବଂ ପି.ଭି. ସଞ୍ଜୟ କୁମାର ହାଇକୋର୍ଟ ରାୟକୁ ପଲଟାଇ ଦେବା ସହ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଟ ଫିଟାଇଛନ୍ତି।

The post ବୁଝାମଣାରେ ବନ୍ଦ ହେବନି ଯୌନ ଉତ୍ପୀଡ଼ନ ମାମଲା appeared first on Dharitri Odia News.