ଜଳିଗଲା ଦୁଇ ମହଲା କୋଠା: ଯୁବତୀ, ଯୁବକ ଗୁରୁତର

କଟକ,୭।୩: କଟକ ସିଡିଏ ସେକ୍ଟର-୭ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଦୁଇ ମହଲା କୋଠା ଜଳି ଯାଇଛି। ନିଆଁରେ ପୋଡ଼ିହୋଇ ୨ଜଣ ଯୁବତୀ, ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡି ନ ଥିବା ବେଳେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବହୁ ଆସବାବପତ୍ର ସାଙ୍ଗକୁ ଗୋଟିଏ […] The post ଜଳିଗଲା ଦୁଇ ମହଲା କୋଠା: ଯୁବତୀ, ଯୁବକ ଗୁରୁତର appeared first on Dharitri Odia News.

ଜଳିଗଲା ଦୁଇ ମହଲା କୋଠା: ଯୁବତୀ, ଯୁବକ ଗୁରୁତର

କଟକ,୭।୩: କଟକ ସିଡିଏ ସେକ୍ଟର-୭ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଦୁଇ ମହଲା କୋଠା ଜଳି ଯାଇଛି। ନିଆଁରେ ପୋଡ଼ିହୋଇ ୨ଜଣ ଯୁବତୀ, ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡି ନ ଥିବା ବେଳେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

ଅଗ୍ନିକାଣ୍ଡରେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବହୁ ଆସବାବପତ୍ର ସାଙ୍ଗକୁ ଗୋଟିଏ କାର ଏବଂ ୨ଟି ବାଇକ୍‌ ଜଳି ପାଉଁଶ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ହେଲେ ଅଗ୍ନିକାଣ୍ଡରେ ଘରଟି ପୋଡି ନଷ୍ଟ ହୋଇଯାଇଛି।

The post ଜଳିଗଲା ଦୁଇ ମହଲା କୋଠା: ଯୁବତୀ, ଯୁବକ ଗୁରୁତର appeared first on Dharitri Odia News.