ମାଲବାହୀ ଟ୍ରେନ ଲାଇନଚ୍ୟୁତ୍

ନନ୍ଦିଘୋଷ ବ୍ୟୁରୋ: ମାଲବାହୀ ଟ୍ରେନ ଲାଇନଚ୍ୟୁତ୍। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଷ୍ଟେସନ ସମ୍ମୁଖରେ ଲାଇନ ଚ୍ୟୁତ୍ ହୋଇଛି ଟ୍ରେନ ।... The post ମାଲବାହୀ ଟ୍ରେନ ଲାଇନଚ୍ୟୁତ୍ appeared first on .

ମାଲବାହୀ ଟ୍ରେନ ଲାଇନଚ୍ୟୁତ୍

ନନ୍ଦିଘୋଷ ବ୍ୟୁରୋ: ମାଲବାହୀ ଟ୍ରେନ ଲାଇନଚ୍ୟୁତ୍। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଷ୍ଟେସନ ସମ୍ମୁଖରେ ଲାଇନ ଚ୍ୟୁତ୍ ହୋଇଛି ଟ୍ରେନ । ବାରିପଦାରୁ ବାଙ୍ଗିରିପୋଷି ଷ୍ଟେସନକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଟ୍ରେନରେ ମେଟାଲ ବୋଝେଇ ରହିଥିଲା। ଟ୍ରେନରେ ଚାଳିଶରୁ ଅଧିକ ବଗି ରହିଥିବା ବେଳେ ଗୋଟାଏ ବଗି ଲାଇନ୍ ଚ୍ୟୁତ ହୋଇଛି।ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ବାଙ୍ଗିରିପୋଷି ରେଳ ଷ୍ଟେସନକୁ ଆସିବାକୁ ଥିବା ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ବାତିଲ କରାଯାଇଛି । ଖଡ଼ଗପୁର ରେଳ ଡିଭିଜନକୁ ବାଙ୍ଗିରିପୋଷି ରେଳ ଷ୍ଟେସନ୍ ପକ୍ଷରୁ ଘଟଣା ନେ଼ଇ ସୂଚନା ଦିଆଯାଇଛି। ସେପଟେ ରେଳ ବିଭାଗର ଟେକ୍ନିକାଲ ଟିମ୍ ଖୁବ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚିବା ନେଇ ସୂଚନା ମିଳିଛି।

The post ମାଲବାହୀ ଟ୍ରେନ ଲାଇନଚ୍ୟୁତ୍ appeared first on .