ଜଳିଗଲା ମଦ ବୋଝେଇ ଟ୍ରକ
ଅନୁଗୋଳ,୧୮।୮: ଅନୁଗୋଳ ଜରପଡ଼ାସ୍ଥିତ ବିଦେଶୀ ମଦ ଗୋଦାମ ପାଖରେ ରବିବାର ଦୁଇଟି ବିଦେଶୀ ମଦ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଗୋଦାମରେ ଖାଲି କରିବା ପାଇଁ ଟ୍ରକ ଦୁଇଟି ଠିଆ ହୋଇଥିଲା। ସେତିକିବେଳେ କୌଣସି କାରଣରୁ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାକାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଟ୍ରକ୍ରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ନିଆଁ ଲାଗିବାର ସ୍ପଷ୍ଟ […] The post ଜଳିଗଲା ମଦ ବୋଝେଇ ଟ୍ରକ appeared first on Dharitri Odia News.
ଅନୁଗୋଳ,୧୮।୮: ଅନୁଗୋଳ ଜରପଡ଼ାସ୍ଥିତ ବିଦେଶୀ ମଦ ଗୋଦାମ ପାଖରେ ରବିବାର
ଦୁଇଟି ବିଦେଶୀ ମଦ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଗୋଦାମରେ ଖାଲି କରିବା ପାଇଁ ଟ୍ରକ ଦୁଇଟି ଠିଆ ହୋଇଥିଲା। ସେତିକିବେଳେ କୌଣସି କାରଣରୁ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାକାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଟ୍ରକ୍ରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।
The post ଜଳିଗଲା ମଦ ବୋଝେଇ ଟ୍ରକ appeared first on Dharitri Odia News.