ଜଳୁଛି ଓଡ଼ିଶା, ୭ ସହରରେ ୪୫ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ବର: ସାରା ରାଜ୍ୟକୁ ପୁଣି ଫେରିଛି ହିଟ୍‌ ଓ୍ବେଭ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏହିକ୍ରମରେ ବୁଧବାର ୭ ସହରରେ ପାରଦ ଟପିଛି ୪୫ ଡିଗ୍ରୀ। ଆଉ ୪୬.୩ ଡିଗ୍ରୀ ସହ ବଲାଙ୍ଗିର ପାଲଟିଛି ସବୁଠୁ ଉତ୍ତପ୍ତ ହୋଇଛି। ଏହା ପରେ ସୋନପୁର ୪୬.୨, ଟିଟିଲାଗଡ଼, ଝାରସୁଗୁଡ଼ା ୪୬, ସମ୍ବଲପୁର ୪୫.୬, ବୌଦ୍ଧ ୪୫.୩, ହୀରାକୁଦରେ ତାତି ୪୫.୧ ଡିଗ୍ରୀ।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨ ଦିନ ଭିତରେ ଅନେକ ସ୍ଥାନରେ ତାତି ଆହୁରି ୨-୩ ଡିଗ୍ରୀ ବଢିପାରେ । ଅବଶ୍ୟ ଅନୁମାନ କରାଯାଉଛି, ୩୧ ତାରିଖ ପରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ଉପକୂଳର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ଆସନ୍ତା ଦୁଇ ଦିନ ।ଏଥିପାଇଁ ଉପରୋକ୍ତ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ । ୩୧ ଓ ୧ ଜୁନ୍‌ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଏହା ପ୍ରଭାବରେ ୪୦-୫୦ କିମି ବେଗରେ ପବନ ସହ ଧୂଳିଝଡ଼ ଓ ବର୍ଷା ହୋଇପାରେ । କାଳବୈଶାଖୀ ହେଲେ ହିଁ ତାତି ଓ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ମିଳିବ । 

ଜଳୁଛି ଓଡ଼ିଶା, ୭ ସହରରେ ୪୫ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ବର: ସାରା ରାଜ୍ୟକୁ ପୁଣି ଫେରିଛି ହିଟ୍‌ ଓ୍ବେଭ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏହିକ୍ରମରେ ବୁଧବାର ୭ ସହରରେ ପାରଦ ଟପିଛି ୪୫ ଡିଗ୍ରୀ। ଆଉ ୪୬.୩ ଡିଗ୍ରୀ ସହ ବଲାଙ୍ଗିର ପାଲଟିଛି ସବୁଠୁ ଉତ୍ତପ୍ତ ହୋଇଛି। ଏହା ପରେ ସୋନପୁର ୪୬.୨, ଟିଟିଲାଗଡ଼, ଝାରସୁଗୁଡ଼ା ୪୬, ସମ୍ବଲପୁର ୪୫.୬, ବୌଦ୍ଧ ୪୫.୩, ହୀରାକୁଦରେ ତାତି ୪୫.୧ ଡିଗ୍ରୀ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨ ଦିନ ଭିତରେ ଅନେକ ସ୍ଥାନରେ ତାତି ଆହୁରି ୨-୩ ଡିଗ୍ରୀ ବଢିପାରେ । ଅବଶ୍ୟ ଅନୁମାନ କରାଯାଉଛି, ୩୧ ତାରିଖ ପରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା । ଉପକୂଳର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ଆସନ୍ତା ଦୁଇ ଦିନ ।

ଏଥିପାଇଁ ଉପରୋକ୍ତ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ । ୩୧ ଓ ୧ ଜୁନ୍‌ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି । ଏହା ପ୍ରଭାବରେ ୪୦-୫୦ କିମି ବେଗରେ ପବନ ସହ ଧୂଳିଝଡ଼ ଓ ବର୍ଷା ହୋଇପାରେ । କାଳବୈଶାଖୀ ହେଲେ ହିଁ ତାତି ଓ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ମିଳିବ ।