ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ
ନୂଆଦିଲ୍ଲୀ,୨୧ା୩: ବିଚାରପତି ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବର୍ତ୍ତମାନ କଲିକତା ହାଇକୋର୍ଟର ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ଚଳିତ ମାସର ଆରମ୍ଭରେ ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ଦେବାକୁ ସୁପାରିଶ କରିଥିଲେ। ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଜାନୁଆରୀରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପଦବୀ […] The post ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ appeared first on Dharitri Odia News.
ନୂଆଦିଲ୍ଲୀ,୨୧ା୩: ବିଚାରପତି ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବର୍ତ୍ତମାନ କଲିକତା ହାଇକୋର୍ଟର ବିଚାରପତି ଅଛନ୍ତି।
ସୁପ୍ରିମକୋର୍ଟ କଲେଜିୟମ ଚଳିତ ମାସର ଆରମ୍ଭରେ ଜଷ୍ଟିସ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ଦେବାକୁ ସୁପାରିଶ କରିଥିଲେ।
ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଜାନୁଆରୀରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପଦବୀ ଖାଲି ପଡ଼ିଥିଲା। ଜଷ୍ଟିସ ଟଣ୍ଡନଙ୍କୁ ଏପ୍ରିଲ ୨୦୧୦ରେ କଲିକତା ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେବେଠାରୁ ସେ ସେଠାରେ କାର୍ଯ୍ୟ କରୁଛନ୍ତି।
The post ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ appeared first on Dharitri Odia News.