କଳାହାଣ୍ଡିରେ ପୁଣି ଜଣେ ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ
ଭବାନୀପାଟଣା/ଥୁଆମୂଳ ରାମପୁର,୩୦।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କଲମପୁର ସେକ୍ସନର ଫରେଷ୍ଟର ପ୍ରକାଶ ମିଶ୍ର (୪୮)ଙ୍କ ସୋମବାର ଅପରାହ୍ନରେ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଅପରାହ୍ନରେ ସେ ଥୁଆମୁଲ ରାମପୁର ରେଞ୍ଜ ଅଫିସରେ କାର୍ଯ୍ୟ କରୁଥିବା ବେଳେ ସଂଜ୍ଞାହୀନ ହୋଇପଡିଥିଲେ। ପରେ ତାଙ୍କୁ ବିଭାଗୀୟ କର୍ମଚାରୀ ନିକଟିସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି […] The post କଳାହାଣ୍ଡିରେ ପୁଣି ଜଣେ ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ appeared first on Dharitri Odia News.
ଭବାନୀପାଟଣା/ଥୁଆମୂଳ ରାମପୁର,୩୦।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ କଲମପୁର ସେକ୍ସନର ଫରେଷ୍ଟର ପ୍ରକାଶ ମିଶ୍ର (୪୮)ଙ୍କ ସୋମବାର ଅପରାହ୍ନରେ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଅପରାହ୍ନରେ ସେ ଥୁଆମୁଲ ରାମପୁର ରେଞ୍ଜ ଅଫିସରେ କାର୍ଯ୍ୟ କରୁଥିବା ବେଳେ ସଂଜ୍ଞାହୀନ ହୋଇପଡିଥିଲେ। ପରେ ତାଙ୍କୁ ବିଭାଗୀୟ କର୍ମଚାରୀ ନିକଟିସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପ୍ରର୍ଯ୍ୟନ୍ତ ବି ସ୍ପଷ୍ଟ ଜଣାପଡିନାହିଁ। ମୃତ ଫରେଷ୍ଟର ପ୍ରକାଶଙ୍କ ଘର ଜିଲାର ଜୁନାଗଡ଼ ଥାନା ଅନ୍ତର୍ଗତ ପରିଆ ଗାଁ ହୋଇଥିବାବେଳେ ସେ ଭବାନୀପାଟଣାରେ ସ୍ତ୍ରୀ ଓ ଝିଅ ସହିତ ରହୁଥିଲେ। ଗତ ମାସକ ତଳେ ତାଙ୍କ ବାପା ଶିକ୍ଷକ ବିନାୟକ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା।
The post କଳାହାଣ୍ଡିରେ ପୁଣି ଜଣେ ଫରେଷ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ appeared first on Dharitri Odia News.