୬ ବର୍ଷ ହେବ ନିଖୋଜ ଅଛନ୍ତି ପିହୁ: ୮ରୁ ଧାରଣାରେ ବସିବେ ମା’
ଯାଜପୁର ଟାଉନ,୨ା୮(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ମଧୁସୂଦନପୁର ଗଁାର ନାବାଳିକା ପିହୁ ନିଖୋଜ ଘଟଣାକୁ ୬ ବର୍ଷ ପୂରିବାକୁ ବସିଲାଣି, ହେଲେ ଏ ପର୍ଯ୍ୟନ୍ତ ତାଙ୍କ ସନ୍ଧାନ ମିଳିପାରିନାହିଁ। ଏହାକୁ ନେଇ ପିହୁଙ୍କ ମା’ ମୋନାଲିସା ନାୟକ ଭାଙ୍ଗିପଡ଼ିଛନ୍ତି। ଝିଅକୁ ପାଇବା ପାଇଁ ଚାରିଆଡ଼େ ଦୌଡ଼ି ନିରାଶ ହେବାପରେ ଏବେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୮ ତାରିଖଠାରୁ ମୋନାଲିସା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ […] The post ୬ ବର୍ଷ ହେବ ନିଖୋଜ ଅଛନ୍ତି ପିହୁ: ୮ରୁ ଧାରଣାରେ ବସିବେ ମା’ appeared first on Dharitri Odia News.
ଯାଜପୁର ଟାଉନ,୨ା୮(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ମଧୁସୂଦନପୁର ଗଁାର ନାବାଳିକା ପିହୁ ନିଖୋଜ ଘଟଣାକୁ ୬ ବର୍ଷ ପୂରିବାକୁ ବସିଲାଣି, ହେଲେ ଏ ପର୍ଯ୍ୟନ୍ତ ତାଙ୍କ ସନ୍ଧାନ ମିଳିପାରିନାହିଁ। ଏହାକୁ ନେଇ ପିହୁଙ୍କ ମା’ ମୋନାଲିସା ନାୟକ ଭାଙ୍ଗିପଡ଼ିଛନ୍ତି। ଝିଅକୁ ପାଇବା ପାଇଁ ଚାରିଆଡ଼େ ଦୌଡ଼ି ନିରାଶ ହେବାପରେ ଏବେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୮ ତାରିଖଠାରୁ ମୋନାଲିସା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଶୁକ୍ରବାର ଜିଲା ପ୍ରଶାସନକୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପିହୁ ନ ମିଳିବା ପର୍ଯ୍ୟନ୍ତ ମୋନାଲିସା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସେ ଦାବିପତ୍ରରେ ଦର୍ଶାଇଛନ୍ତି।
ପିହୁ ନିଖୋଜ ହେବା ଦିନଠାରୁ ମୋନାଲିସା ଜିଲା ପ୍ରଶାସନ, ପୋଲିସ, ରାଜନେତା ଓ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବା ସହ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। ଏପରିକି ମୋନାଲିସା ବିଧାନସଭା ସମ୍ମୁଖରେ ଧାରଣାଦେବାକୁ ଯାଉଥିବାବେଳେ କ୍ରାଇମବ୍ରାଞ୍ଚ ତାଙ୍କୁ ଅଟକାଇ ନିଜ ଆଡୁ ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ କିଛି ହୋଇ ନ ଥିଲା। ସୂଚନାଯୋଗ୍ୟ, ୨୦୨୦ଅଗଷ୍ଟ ୯ରେ ଗଁା ଦାଣ୍ଡରେ ଖେଳୁଥିବାବେଳେ ପିହୁ ନିଖୋଜ ହୋଇଯାଇଥିଲେ।
The post ୬ ବର୍ଷ ହେବ ନିଖୋଜ ଅଛନ୍ତି ପିହୁ: ୮ରୁ ଧାରଣାରେ ବସିବେ ମା’ appeared first on Dharitri Odia News.