ଜଷ୍ଟିସ୍ ବି.ଆର୍. ଗଭାଇ କିଏ? ଯିଏ ହେବେ ଭାରତର ପରବର୍ତ୍ତୀ CJI
ନୂଆଦିଲ୍ଲୀ,୧୬।୪: ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ବି.ଆର୍. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ ଗଭାଇ ପରବର୍ତ୍ତୀ ସିଜେଆଇ ହେବେ ବୋଲି ବିଶ୍ୱାସ କରାଯାଉଛି। ତେବେ ସେ ସେ ମେ’୧୪ ତାରିଖରେ ଦେଶର ୫୨ତମ ସିଜେଆଇ ଭାବରେ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗଭାଇଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ […] The post ଜଷ୍ଟିସ୍ ବି.ଆର୍. ଗଭାଇ କିଏ? ଯିଏ ହେବେ ଭାରତର ପରବର୍ତ୍ତୀ CJI appeared first on Dharitri Odia News.
ନୂଆଦିଲ୍ଲୀ,୧୬।୪: ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ବି.ଆର୍. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ ଗଭାଇ ପରବର୍ତ୍ତୀ ସିଜେଆଇ ହେବେ ବୋଲି ବିଶ୍ୱାସ କରାଯାଉଛି। ତେବେ ସେ ସେ ମେ’୧୪ ତାରିଖରେ ଦେଶର ୫୨ତମ ସିଜେଆଇ ଭାବରେ ଶପଥ ନେବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗଭାଇଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ ଜଷ୍ଟିସ ଖାନ୍ନା ନଭେମ୍ବର ୨୦୨୪ରେ ସିଜେଆଇ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଜଷ୍ଟିସ ଖାନ୍ନା ଅବସର ନେଉଛନ୍ତି।
ଜଷ୍ଟିସ ଗଭାଇ କିଏ?
ଜଷ୍ଟିସ ଗଭାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗଭାଇ, ଯିଏ ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିଲେ। ସେ ନଭେମ୍ବର ୧୨, ୨୦୦୫ରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ସେବେଠାରୁ ସେ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଅଟନ୍ତି, ଯେଉଁମାନେ ଅନେକ ଐତିହାସିକ ରାୟ ଦେଇଛନ୍ତି।
ପୂର୍ବତନ ଜମ୍ମୁ-କଶ୍ମୀର ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ ଗଭାଇ।
The post ଜଷ୍ଟିସ୍ ବି.ଆର୍. ଗଭାଇ କିଏ? ଯିଏ ହେବେ ଭାରତର ପରବର୍ତ୍ତୀ CJI appeared first on Dharitri Odia News.