ଭାରତରେ ଆରମ୍ଭ ହେଲା Kia Clavisର ଆଡଭାନ୍ସ ବୁକିଂ, ଜାଣନ୍ତୁ ଫିଚର୍ସ ଏବଂ ସେଫ୍ଟିରେ କ’ଣ ରହିଛି ଖାସ୍?
Kia India ଏହାର ନୂତନ MPV Clavisକୁ ଏକ ଅତ୍ୟନ୍ତ ଆକର୍ଷଣୀୟ ଲୁକ୍ ସହିତ ଉପସ୍ଥାପନ କରିଛି । ଏହାର ଫ୍ରଣ୍ଟରେ ଏକ ନୂଆ ବନ୍ଦ ଗ୍ରୀଲ୍ ରହିଛି, ଯାହା ଉଭୟ ପାର୍ଶ୍ୱରେ କ୍ୟୁବ୍-ଷ୍ଟାଇଲ୍ LED ହେଡଲ୍ୟାମ୍ପ ଏବଂ ଇଣ୍ଟିଗ୍ରେଟେଡ୍ DRL ସହିତ ଆସିଥାଏ । ନୂଆ ବମ୍ପର ଏବଂ ଏୟାର ଇନଲେଟ୍ ଏହାର ସ୍ପୋର୍ଟି ଲୁକ୍ କୁ ଆହୁରି ବଢ଼ାଇଥାଏ । ବ୍ୟାକରେ LED କନେକ୍ଟେଡ୍ଟେ ଟେଲ୍ ଲ୍ୟାମ୍ପ ଏହାକୁ ଏକ ପ୍ରିମିୟମ୍ ଟଚ୍ ଦିଏ […] The post ଭାରତରେ ଆରମ୍ଭ ହେଲା Kia Clavisର ଆଡଭାନ୍ସ ବୁକିଂ, ଜାଣନ୍ତୁ ଫିଚର୍ସ ଏବଂ ସେଫ୍ଟିରେ କ’ଣ ରହିଛି ଖାସ୍? appeared first on KNews Odisha.

Kia India ଏହାର ନୂତନ MPV Clavisକୁ ଏକ ଅତ୍ୟନ୍ତ ଆକର୍ଷଣୀୟ ଲୁକ୍ ସହିତ ଉପସ୍ଥାପନ କରିଛି । ଏହାର ଫ୍ରଣ୍ଟରେ ଏକ ନୂଆ ବନ୍ଦ ଗ୍ରୀଲ୍ ରହିଛି, ଯାହା ଉଭୟ ପାର୍ଶ୍ୱରେ କ୍ୟୁବ୍-ଷ୍ଟାଇଲ୍ LED ହେଡଲ୍ୟାମ୍ପ ଏବଂ ଇଣ୍ଟିଗ୍ରେଟେଡ୍ DRL ସହିତ ଆସିଥାଏ ।
ନୂଆ ବମ୍ପର ଏବଂ ଏୟାର ଇନଲେଟ୍ ଏହାର ସ୍ପୋର୍ଟି ଲୁକ୍ କୁ ଆହୁରି ବଢ଼ାଇଥାଏ । ବ୍ୟାକରେ LED କନେକ୍ଟେଡ୍ଟେ ଟେଲ୍ ଲ୍ୟାମ୍ପ ଏହାକୁ ଏକ ପ୍ରିମିୟମ୍ ଟଚ୍ ଦିଏ । ଏଥି ସହ ଏଥିରେ ୧୭-ଇଞ୍ଚ କ୍ରିଷ୍ଟାଲ୍-କଟ୍ ଡୁଆଲ୍-ଟୋନ୍ ଆଲୟ ହୁଲଇ ମଧ୍ୟ ସାମିଲ୍ ଅଛି ।
Kia Clavisର ଇଣ୍ଟେରିୟର ବିଷୟରେ କହିବାକୁ ଗଲେ, ଏଥିରେ ଏକ ଡିଜିଟାଲ୍ ଇଣ୍ଡଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ଏକ ବଡ଼ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଅଛି । ଏହା ସହିତ, ୬୪ କଲର ଆମ୍ବିଏଣ୍ଟ ଲାଇଟିଂ, ବୋସର ୮-ସ୍ପିକର ସାଉଣ୍ଡ ସିଷ୍ଟମ, ଡୁଆଲ୍ ପ୍ୟାନ୍ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ ଇଲେକ୍ଟ୍ରିକ୍ ଆଡଜଷ୍ଟେବଲ୍ ଡ୍ରାଇଭର୍ ସିଟ୍ ଭଳି ଦମଦାର୍ ଫିଚର୍ସଗୁଡିକ ମଧ୍ୟ ରହିଛି । ଆଉ ଏକ ଖାସ୍ କଥା ହେଉଛି ଏଥିରେ ଇନଫୋଟେନମେଣ୍ଟ ଏବଂ କ୍ଲାଇମେଟ୍ କଣ୍ଟ୍ରୋଲ୍ ପାଇଁ ଏକ ବଟନ୍-ବେସ୍ଡ ସ୍ୱାପ୍ ସିଷ୍ଟମ୍ ଅଛି, ଯାହା ଏହାକୁ ଟେକ୍ନେିକାଲ୍ ଦୃଷ୍ଟିରୁ ଉନ୍ନତ କରିଥାଏ ।
ଇଞ୍ଜିନ୍ ଅପ୍ସନ ବିଷୟରେ କହିବାକୁ ଗଲେ, Kia Clavisରେ ତିନୋଟି ପାୱାରଫୁଲ୍ ଅପ୍ସନରେ ଉପଲବ୍ଧ – ପ୍ରଥମଟି ହେଉଛି ୧.୫-ଲିଟର ନ୍ୟାଚୁରାଲ୍ ଆସ୍ପିରେଟେଡ୍ ପେଟ୍ରୋଲ୍ ଇଞ୍ଜିନ୍, ଦ୍ୱିତୀୟଟି ହେଉଛି ୧.୫ଲିଟର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ଯାହା ଏବେ ଏକ ନୂଆ ୬-ସ୍ପିଡ୍ ମାନୁଆଲ୍ ଗିଅର୍କ୍ସ ସହିତ ଆଡ୍ ହୋଇଛି, ଏବଂ ତୃତୀୟଟି ହେଉଛି ୧.୫-ଲିଟର ଡିଜେଲ୍ ଇଞ୍ଜିନ୍ ଯାହା ୬-ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଟର୍କ କନଭର୍ଟର ୟୁନିଟ୍ ଅପ୍ସନରେ ଉପଲବ୍ଧ । ଏହି ସମସ୍ତ ଇଞ୍ଜିନ୍ ଅପ୍ସନଗୁଡ଼ିକୁ ଭାରତୀୟ ରାସ୍ତା ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଖାସ୍ ଭାବରେ ଡିଜାଇନ୍ କରାଯାଇଛି ।
ସେଫ୍ଟି ଦୃଷ୍ଟିରୁ Kia Clavis ମଧ୍ୟ ବହୁତ ଉନ୍ନତ । ଏଥିରେ ଲେଭଲ୍-୨ ADAS (ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ସ) ଟେକ୍ନୋଲୋଜି ସାମିଲ୍, ଯାହା ସ୍ମାର୍ଟ କ୍ରୁଜ୍ କଣ୍ଟ୍ରୋଲ୍, ଫରୱାର୍ଡ୍ କୋଲିଜନ ଏଭଏଡାନ୍ସ, ଲେନ୍ କିପ୍ ଆସିଷ୍ଟ ଏବଂ ବ୍ଲାଇଣ୍ଡ ସ୍ପଟ୍ ୱାର୍ଣ୍ଣିଂ ଭଳି ହାଇ-ଟେକ୍ନୋଲୋଜୀ ଫିଚର୍ସ ପ୍ରଦାନ କରେ । ଏହା ବ୍ୟତୀତ, କାରଟିରେ ୬ଟି ଏୟାରବ୍ୟାଗ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ, ରିୟର ପାର୍କିଂ ସେନ୍ସର, ହିଲ୍ ଆସିଷ୍ଟ, ୩୬୦-ଡିଗ୍ରୀ କ୍ୟାମେରା ଏବଂ ରିୟର ଡୋର୍ ମାଉଣ୍ଟେଡ୍ ସ୍ପଟ୍ ଲାଇଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ସେଫ୍ଟି ଫିଚର୍ସଗୁଡ଼ିକ ମଧ୍ୟ ରହିଛି ।
ଏଥି ସହ ଆପଣଙ୍କୁ ଜଣାଇ ଦେଉଛୁ ଯେ Kia Clavisର ବୁକିଂ ମଧ୍ୟରାତ୍ରିରୁ ଆରମ୍ଭ ହୋଇଯାଇଛି, ଯାହାକୁ ଗ୍ରାହକମାନେ Kiaର ଅଫିସିଆଲ୍ ୱେବସାଇଟ୍ କିମ୍ବା ନିକଟତମ ଡିଲରସିପ୍ ମାଧ୍ୟମରେ ସହଜରେ ବୁକ୍ କରିପାରିବେ । କମ୍ପାନୀ ପକ୍ଷରୁ ଆଗାମୀ କିଛି ସପ୍ତାହ ମଧ୍ୟରେ ମୂଲ୍ୟ ଘୋଷଣା କରାଯିବ, କିନ୍ତୁ ଏହାର ଦମଦାର୍ ଫିଚର୍ସଗୁଡ଼ିକୁ ଦୃଷ୍ଟିରେ ରଖି, ଏହି କାରଟି ଲୋକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଚାଲିଛି ।
The post ଭାରତରେ ଆରମ୍ଭ ହେଲା Kia Clavisର ଆଡଭାନ୍ସ ବୁକିଂ, ଜାଣନ୍ତୁ ଫିଚର୍ସ ଏବଂ ସେଫ୍ଟିରେ କ’ଣ ରହିଛି ଖାସ୍? appeared first on KNews Odisha.