ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଭାସିଗଲା ବାଇକ୍, ଅଳ୍ପକେ ବର୍ତ୍ତୀଲେ ବାଇକ୍ ଆରୋହୀ
ଝାରସୁଗୁଡା: ପ୍ରବଳ ବର୍ଷାରେ ବେହାଲ ଝାରସୁଗୁଡା । ବୁଡିଲା ପୋଲ, ଭାସିଲା ବାଇକ୍ । ପ୍ରବଳ ବର୍ଷା ପରେ ପୋଲ ଉପର ଦେଇ ପ୍ରବାହିତ ହେଉଛି ବର୍ଷା ପାଣି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ । ଯାହାକୁ ଦେଖି ଆପଣ ବି ଚକିତ ହେବା ଟା ସୌଭାବିକ । ଥରେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । କିଭଳି […] The post ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଭାସିଗଲା ବାଇକ୍, ଅଳ୍ପକେ ବର୍ତ୍ତୀଲେ ବାଇକ୍ ଆରୋହୀ appeared first on KNews Odisha.

ଝାରସୁଗୁଡା: ପ୍ରବଳ ବର୍ଷାରେ ବେହାଲ ଝାରସୁଗୁଡା । ବୁଡିଲା ପୋଲ, ଭାସିଲା ବାଇକ୍ । ପ୍ରବଳ ବର୍ଷା ପରେ ପୋଲ ଉପର ଦେଇ ପ୍ରବାହିତ ହେଉଛି ବର୍ଷା ପାଣି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ । ଯାହାକୁ ଦେଖି ଆପଣ ବି ଚକିତ ହେବା ଟା ସୌଭାବିକ । ଥରେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ । କିଭଳି ଲଗାଣ ବର୍ଷାରେ ବୁଡ଼ିଯାଇଛି ବାଇକ ଆଉ ପାଣିରୁ ବାହାରକୁ ଆସିବା ପାଇଁ ସଂଘର୍ଷ କରୁଛନ୍ତି ବାଇକ ଆରୋହୀ ଜଣକ । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଭିଡିଓଟିରେ ଗୋଟିଏ ବାଇକ ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ବାଇକ ଚାଳକ ଜଣକ ଏହି ପାଣିରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏଥିରେ ତାଙ୍କୁ କିଛି ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ । କିନ୍ତୁ ଶେଷରେ ସମସ୍ତଙ୍କ ପ୍ରୟାସ ବିଫଳ ହୋଇଥିଲା । ଆଉ ବାଇକଟି ପାଣିରେ କୁଆଡେ ଭାସିଯାଇଥିଲା । ତେବେ ଉପସ୍ଥିତି ଥିବା କେହି ଜଣେ ଏହି ଭିଡିଓକୁ ନିଜ ମୋବାଇଲରେ ରେକର୍ଡ କରିଛନ୍ତି । ତେବେ ଏତେ ବଡ ଏକ ଅଘଟଣରୁ ଅଳ୍ପକେ ବର୍ତିଯାଇଥିଲେ ଚାଳକ ।
ହଁ ଆଜ୍ଞା ବଢ଼ିପାଣିରେ ଭାସିଗଲା ବାଇକ । ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ଗାଁଲୋକ । ଝାରସୁଗୁଡା ଜିଲ୍ଲା ରାଜପୁର ଚାନ୍ଦିନୀମାଲ ଠାରେ ଥିବା ପୋଲ ଉପରେ ବାଇକରେ ପାର ହେଉଥିବା ବେଳେ ଜଳସ୍ରୋତରେ ଖସିଗଲେ ବାଇକ ଆରୋହୀ । ତେବେ ବଢ଼ିପାଣିରେ ବାଇକଟି ଭାସି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ ଆରୋହୀ । ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଝାରସୁଗୁଡା ବେଲପାହାଡରୁ ହେମଗିରିକୁ ସଂଯୋଗ କରୁଥିବା ଚାଉଁରୀ ମହୁଲ ପୋଲ ତଳକୁ ଖସିଲା ଭାରିଯାନ ।
ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ପ୍ରଖର ସ୍ରୋତରେ ପ୍ରବାହିତ ହେଉଛି ପାଣି । ଯାହାଫଳରେ ଭାରିଯାନଟି ପୋଲ ଅତିକ୍ରମ କରୁଥିବାବେଳେ ତଳକୁ ଖସି ପଡିଛି । ଅନ୍ୟପଟେ ପୋଲ ଉପରେ ପାଣି ଯାଉଥିବାରୁ ବେଲପାହାଡରୁ ସୁନ୍ଦରଗଡ଼ ହେମଗିରିକୁ ଯାତାୟାତ ଠପ ହୋଇଛି । ତେବେ ଝାରସୁଗୁଡ଼ା ଜିଲ୍ଲା ଇବ ନଦୀ ଏବେ କରାଳ ରୂପ ଧାରଣ କରିଛି । ଇବ ନଦୀ ପାଖରେ ଥିବା ଗାଁ ଗୁଡିକ ପାଣି ଘେରରେ ରହିଛି ଏମିତିକି ଚାଷଜମି ମଧ୍ୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।
ସେହିପରି ଲଇକେରା ବ୍ଳକର କିଛି ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏହାରି ଭିତରେ ଗତକାଲି ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇଥିଲା ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ପରିସ୍ଥିତି ଏତେ ଭୟଙ୍କର ଯେ ଗାଁ ପରେ ଏବେ ସହର ବି ପାଣି ଘେରରେ । ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଝାରସୁଗୁଡା । ଯାହାଫଳରେ ଏଠାକାର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ହାତ ବଢ଼ାଇଛନ୍ତି । ଲଇକେରାର ରେଙ୍ଗାଲବେଢ଼ା ଗାଁକୁ ଯାଇ ବନ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ସହିତ ତାରପ୍ଲିନ ବଣ୍ଟନ କରିଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ ।
ଏପଟେ ପାଣିରେ ଏଭଳି ଯାନବାହାନ ଭାସିଯାଇଥିବା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଉଭୟ ଗାଡି ପୋଲ ଅତିକ୍ରମ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଇଛି । ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସହ କଚ୍ଚା ରାସ୍ତା ଓ ପୋଲ ଗୁଡିକ ନଷ୍ଟ ହେବାର ଆଶଙ୍କା ରହିଛି । ତେଣୁ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଠିକ୍ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Also read: ସୃଷ୍ଟି ହେଲା ଲଘୁଚାପ, ଆସନ୍ତାକାଲି ଭୀଷଣ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
The post ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଭାସିଗଲା ବାଇକ୍, ଅଳ୍ପକେ ବର୍ତ୍ତୀଲେ ବାଇକ୍ ଆରୋହୀ appeared first on KNews Odisha.