ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ।

ଧାମରା: ଶଶିକାଦେଇପୁର ଠାରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଆଲୁମିନି କମିଟିର ସଭାପତି ସୁକୁମାର ହାତୀ ପୂର୍ବତନ ସଭାପତି ଶରତପତି ମାଇତି ,ଏସଏମସି ର ସଭାପତି ରବୀନ୍ଦ୍ର ନାୟକ ,ସଭ୍ୟ କାଳୀଚରଣ ମାଇତି ପ୍ରମୁଖ ମଂଚାସୀନ ଥିବା ବେଳେ ହୋଇଥିବା ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରେବତୀକାନ୍ତ ବେହେରା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ,ସମ୍ମାନୀତ ଅତିଥି ମାନେ ନିଜ […]

ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ।

ଧାମରା: ଶଶିକାଦେଇପୁର ଠାରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଆଲୁମିନି କମିଟିର ସଭାପତି ସୁକୁମାର ହାତୀ ପୂର୍ବତନ ସଭାପତି ଶରତପତି ମାଇତି ,ଏସଏମସି ର ସଭାପତି ରବୀନ୍ଦ୍ର ନାୟକ ,ସଭ୍ୟ କାଳୀଚରଣ ମାଇତି ପ୍ରମୁଖ ମଂଚାସୀନ ଥିବା ବେଳେ ହୋଇଥିବା ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରେବତୀକାନ୍ତ ବେହେରା ସଭାପତିତ୍ୱ କରିଥିଲେ।

ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ,ସମ୍ମାନୀତ ଅତିଥି ମାନେ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରାଆରମ୍ଭ ହୋଇଥିବା ମୋସ୍କୁଲ ଅଭିଯାନର ଭୂୟଶୀ ପ୍ରଶଂସା କରିବା ସହ ଏହା ଦ୍ୱାରା ବିଦ୍ୟାଳୟ ର ରୂପାନ୍ତୀକରଣ ହୋଇପାରିଛି । ଏହାଦ୍ୱାରା ବହୁ ବଦାନ୍ୟ ବ୍ୟକ୍ତି ସାରା ଓଡିଶାରେ ମୋସ୍କୁଲ ଅଭିଯାନ ରେ ୨୦୨୪ ମସିହା ସୁଦ୍ଧା ୨୬୯କୋଟି ଅର୍ଥରାଶି ଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁଦାନ ଯୋଗ କରିବା ପରେ ଏହାର ପରିମାଣ ୮୦୭କୋଟିକୁ ଛୁଇଁ ପାରିଛି। ଆଜି ହୋଇଥିବା ମୋସ୍କୁଲ ଅଭିଯାନ ରେ ବିଦ୍ୟାଳୟର ପୂର୍ବତନ ଆଲୁମିନି କମିଟିର ୧୫ଜଣ ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପ୍ରେରଣ କରାଯାଇଥିବା ଧନ୍ୟବାଦଞାପନ ପତ୍ର ବଂଟନ କରାଯାଇଥିଲା।ଶେଷରେ ଶିକ୍ଷୟତ୍ରୀ ଲୀନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜି ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରାଜକିଶୋର ମଲିକ, କ୍ରିଷ୍ନସୋରେନ, ଶିବାଦିତ୍ୟ ନାୟକ,ସିଦେ୍ଧଶ୍ୱର ଦୁଆରୀ, ଶିକ୍ଷୟତ୍ରୀ ଲିନାଦାସ, ରାଜଶ୍ରୀ ବାରିକ, ପଦ୍ମିନୀ ସେଠୀ, ରିତୁପମା ମାଝୀ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।