ଜାଗର ପାଇଁ ଚଳ ଚଞ୍ଚଳ ଝିଙ୍କେଶ୍ୱର ପୀଠ, ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଉଦଳା : ଆଜି ହେଉଛି ପବିତ୍ର ମହାଶିବରାତ୍ରି ଜାଗର ଉପଲକ୍ଷେ ମହାଦେବଙ୍କ ପାଖରେ ଦୀପଟିଏ ଜାଳି ନିଜର ତଥା ପରିବାରର ସୁଖ ଶାନ୍ତି ପାଇଁ ପୂଜା କରିଥାନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ ପରିଲିକ୍ଷିତ ହୋଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବାବା ଝିଙ୍କେଶ୍ୱରଙ୍କ ପୀଠ ରେ ମହା ଶିବରାତ୍ରି ପାଇଁ ବେଶ ଉତ୍ସବ ମୁଖର ହୋଇଛି । ହାତରେ ପୂଜା ଡାଲା ଧରି ମନରେ ଭକ୍ତି ସହ ମନ୍ଦିର ଦର୍ଶନ […] The post ଜାଗର ପାଇଁ ଚଳ ଚଞ୍ଚଳ ଝିଙ୍କେଶ୍ୱର ପୀଠ, ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on KNews Odisha.

ଉଦଳା : ଆଜି ହେଉଛି ପବିତ୍ର ମହାଶିବରାତ୍ରି ଜାଗର ଉପଲକ୍ଷେ ମହାଦେବଙ୍କ ପାଖରେ ଦୀପଟିଏ ଜାଳି ନିଜର ତଥା ପରିବାରର ସୁଖ ଶାନ୍ତି ପାଇଁ ପୂଜା କରିଥାନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ ପରିଲିକ୍ଷିତ ହୋଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବାବା ଝିଙ୍କେଶ୍ୱରଙ୍କ ପୀଠ ରେ ମହା ଶିବରାତ୍ରି ପାଇଁ ବେଶ ଉତ୍ସବ ମୁଖର ହୋଇଛି ।
ହାତରେ ପୂଜା ଡାଲା ଧରି ମନରେ ଭକ୍ତି ସହ ମନ୍ଦିର ଦର୍ଶନ କରିବା ସହ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ପୁରାତନ ଏହି ଝିଙ୍କେଶ୍ୱର ପୀଠ ହୋଇଥିବା ବେଳେ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖିବାକୁ ମିଳିଛି । ସତେ ଯେମିତି ଭକ୍ତ ଓ ଭଗବାନଙ୍କର ଇଏ ହେଉଛି ଅପୂର୍ବ ମିଳନ ।
ମନରେ ଅନେକ ଆଶା ଓ ଭରସା ରଖି ଶ୍ରଦ୍ଧାଳୁ ଧାଇଁ ଆସିଛି ଏହି ଶୈବପୀଠକୁ। ବାବା ଝିଙ୍କେଶ୍ୱରଙ୍କ ଅପାର କରୁଣା ଓ ଲୋକ ମାନଙ୍କର ମନସ୍କାମନା ପୁରଣ ହୁଅ ବୋଲି ବିଶ୍ୱାସ ରହିଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।
Also read: ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣୀ ପୀଠ, ଭୋର ୪ ଟା ୩୦ରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ
The post ଜାଗର ପାଇଁ ଚଳ ଚଞ୍ଚଳ ଝିଙ୍କେଶ୍ୱର ପୀଠ, ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on KNews Odisha.