ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର ବସ ମଙ୍ଗଳବାର ସାରେ ବ୍ରେକ୍‌ ଫେଲ୍‌ ହୋଇ ଛକରେ ଥିବା ଦୋକାନ ଘର ଭିତରକୁ ମାଡି ଯାଇଥିଲା । ଏହା ଦେଖି ଦୋକାନୀ ଓ ଗ୍ରାହକମାନେ ଜୀବନ ବିକଳରେ ପାଟିକରି ଧାଇଁଯାଇ ନିଜ ଜୀବନ ବଞ୍ଚାଇଥିଲେ । ହେଲେ ଏହି ଦୁର୍ଘଟଣାରେ ଏକ ବାଇକ ଓ ସାଇକେଲ ଭାଙ୍ଗି ଯାଇଥିବା […] The post ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ appeared first on Dharitri Odia News.

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର ବସ ମଙ୍ଗଳବାର ସାରେ ବ୍ରେକ୍‌ ଫେଲ୍‌ ହୋଇ ଛକରେ ଥିବା ଦୋକାନ ଘର ଭିତରକୁ ମାଡି ଯାଇଥିଲା । ଏହା ଦେଖି ଦୋକାନୀ ଓ ଗ୍ରାହକମାନେ ଜୀବନ ବିକଳରେ ପାଟିକରି ଧାଇଁଯାଇ ନିଜ ଜୀବନ ବଞ୍ଚାଇଥିଲେ । ହେଲେ ଏହି ଦୁର୍ଘଟଣାରେ ଏକ ବାଇକ ଓ ସାଇକେଲ ଭାଙ୍ଗି ଯାଇଥିବା ବେଳେ ୪ ପୋଲିସ କର୍ମଚାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି ।

ବସ୍‌ଟି ଦୋକାନରେ ପଶିଯିବା ପରେ ଏହା ଭିତରେ ଥିବା ପୋଲିସ କର୍ମଚାରୀ ମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦିଆଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନିୟ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗଁଦିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ତଦନ୍ତ ଜାରି ରଖିଛନ୍ତି । ଅପରପକ୍ଷେ ପୀଠ ଉପରକୁ ଯିବା ପାଇଁ ଉଦ୍ଦିଷ୍ଟ ଅନ୍ୟ ଯାନବାହାନର ଯାଞ୍ଚ ସମ୍ବନ୍ଧିୟ କାଗଜପତ୍ର ପୋଲିସ ମାଗୁଥିବା ବେଳେ ନିଜ ବିଭାଗର ବସ୍‌ର ଫିଟନେସ ଯାଞ୍ଚ ହୋଇଛି କି ନାହିଁ, ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

The post ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ appeared first on Dharitri Odia News.