କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ । ୧୨ଟି ମୁଖ୍ୟ... The post କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ appeared first on .

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ । ୧୨ଟି ମୁଖ୍ୟ ଦାବି ସହ ମୋଟ ୨୬ଟି ଦାବି ପୂରଣ ନେଇ ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରେସନ ସମ୍ମୁହ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନର ନେତା ଓ କର୍ମୀମାନେ ରାଜମହଲ ଛକରୁ ଏକ ବିରାଟ ରାଲିରେ ଆସି ଲୋୟର ପିଏମଜିରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶରେ ଦରଦାମ ଏବଂ ଔଷଧର ଦାମ ବୃଦ୍ଧି, ବେକାରୀ ସମସ୍ୟା ଉତ୍କଟ, ଶ୍ରମିକ ବିରୋଧୀ ଶ୍ରମ କାନୁନ୍ ପ୍ରତ୍ୟାହାର କରିବା, ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, କୃଷି ଋଣ ଛାଡ କରିବା, ସରକାରୀ ଦପ୍ତର ଗୁଡିକ କର୍ପୋରେଟ ହାତକୁ ଟେକିଦେବା ଆଦିକୁ ବିରୋଧ କରି ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାର ଯଦି ଏହା ଉପରେ ବିଚାର କରି ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

The post କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଗର୍ଜିଲେ ବିଭିନ୍ନ କୃଷକ ଏବଂ ଶ୍ରମିକ ସଂଗଠନ appeared first on .