ଜାଗର ପୂର୍ବରୁ ଶିବ ମନ୍ଦିରରୁ ଚୋରି

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ମହାଶିବରାତ୍ରି ପୂର୍ବରୁ ଏକ ଶିବ ମନ୍ଦିରରୁ ଚୋରି ହୋଇଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମନ୍ଦିରରେ ମଙ୍ଗଳବାର ରାତିରେ ମନ୍ଦିର କର୍ମକର୍ତ୍ତାମାନେ ଜାଗର ପାଇଁ ପ୍ରସ୍ତୁତିରେ ଲାଗିଥିଲେ। ଛେଦାଭୂମି ଶିବମନ୍ଦିର କର୍ମକର୍ତ୍ତା ଓ ପୂଜାରୀମାନେ ମଧ୍ୟ ସମସ୍ତ କାର୍ଯ୍ୟ ସାରି ରାତି ୧୨ଟାରେ ଘରକୁ ଫେରିଥିଲେ। ବୁଧବାର ସକାଳେ ପୂଜାରୀ ମନ୍ଦିରକୁ ଆସିବାରେ ବିଭିନ୍ନ ପିତଳ ମୂର୍ତ୍ତୀ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଦେଖିଥିଲେ। ମନ୍ଦିର କର୍ମକର୍ତ୍ତା ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା […] The post ଜାଗର ପୂର୍ବରୁ ଶିବ ମନ୍ଦିରରୁ ଚୋରି appeared first on Dharitri Odia News.

ଜାଗର ପୂର୍ବରୁ ଶିବ ମନ୍ଦିରରୁ ଚୋରି

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ମହାଶିବରାତ୍ରି ପୂର୍ବରୁ ଏକ ଶିବ ମନ୍ଦିରରୁ ଚୋରି ହୋଇଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମନ୍ଦିରରେ ମଙ୍ଗଳବାର ରାତିରେ ମନ୍ଦିର କର୍ମକର୍ତ୍ତାମାନେ ଜାଗର ପାଇଁ ପ୍ରସ୍ତୁତିରେ ଲାଗିଥିଲେ। ଛେଦାଭୂମି ଶିବମନ୍ଦିର କର୍ମକର୍ତ୍ତା ଓ ପୂଜାରୀମାନେ ମଧ୍ୟ ସମସ୍ତ କାର୍ଯ୍ୟ ସାରି ରାତି ୧୨ଟାରେ ଘରକୁ ଫେରିଥିଲେ। ବୁଧବାର ସକାଳେ ପୂଜାରୀ ମନ୍ଦିରକୁ ଆସିବାରେ ବିଭିନ୍ନ ପିତଳ ମୂର୍ତ୍ତୀ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଦେଖିଥିଲେ। ମନ୍ଦିର କର୍ମକର୍ତ୍ତା ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରିବାରେ ଚୋରି ସମ୍ପର୍କରେ ଜଣାପଡିଥିଲା। ଏହି ଘଟଣାରେ ଆଉ ଜଣେ ଜଡ଼ିତ ଥିବା ଅଟକ ଅଭିଯୁକ୍ତ ଜଣକ ପୋଲିସ ଆଗରେ କହିଛନ୍ତି। ପରେ ପୋଲିସ ଚୋରି ଜିନିଷ ଅଭିଯୁକ୍ତଙ୍କ ଠାରୁ ଉଦ୍ଧାର କରିଥିଲା। ଅଭିଯୁକ୍ତଦ୍ୱୟ ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠରେ ମଧ୍ୟ ପଶି ବିଭିନ୍ନ ଜିନିଷ ଚୋରାଇ ନେଇଥିଲେ। ସେଥିମଧ୍ୟରୁ କିଛି ଜିନିଷ ପୋଲିସ ଜବତ କରିଛି। ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚେଷ୍ଟା ଚଳାଇଛି ।

The post ଜାଗର ପୂର୍ବରୁ ଶିବ ମନ୍ଦିରରୁ ଚୋରି appeared first on Dharitri Odia News.