ଜାଣନ୍ତୁ ADR ରିପୋର୍ଟରେ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ, କେଉଁ ମୁଖ୍ୟମନ୍ତ୍ରୀ ସବୁଠୁ ଗରିବ?
ନୂଆଦିଲ୍ଲୀ ୩୦।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ୯୩୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାତ୍ର ୧୫ଲକ୍ଷ ଟଙ୍କାର ସମ୍ପତ୍ତି ସହ ଭାରତର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ୩୦ ଡିସେମ୍ବର ସୋମବାର ଜାରି ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସୂଚୀରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁସାରେ ଦେଶର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ପରିମାଣ ୫୨.୫୯ କୋଟି ଟଙ୍କା। ଏହି ସମୟରେ ଭାରତର ପ୍ରତି ବ୍ୟକ୍ତି ଶୁଦ୍ଧ ଜାତୀୟ ଆୟ ଅର୍ଥାତ ଏନଏନଆଇ ୨୦୨୩-୨୪ରେ ପାଖାପାଖି ୧,୮୫,୮୫୪ ଟଙ୍କା ଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ହାରାହାରି ବ୍ୟକ୍ତିଗତ ଆୟ ୧୩,୬୪,୩୧୦ ଟଙ୍କା ଥିଲା, ଯାହା ଭାରତର ହାରାହାରି ପ୍ରତିବ୍ୟକ୍ତି ଆୟର ପାଖାପାଖି ୭.୩ଗୁଣାରୁ ବି ଅଧିକ। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ୧,୬୩୦ କୋଟି ଟଙ୍କା। ଏଥିରେ ଅଋଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ୩୩୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଦେଶର ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୫୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଧନୀ ମୁଖ୍ୟମନ୍ତ୍ରୀଙ୍କ ସୂଚୀର ତୃତୀୟ ସ୍ଥାନରେ ଅଛନ୍ତି। ଏହା ଛଡା
ନୂଆଦିଲ୍ଲୀ ୩୦।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ୯୩୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାତ୍ର ୧୫ଲକ୍ଷ ଟଙ୍କାର ସମ୍ପତ୍ତି ସହ ଭାରତର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ୩୦ ଡିସେମ୍ବର ସୋମବାର ଜାରି ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସୂଚୀରେ ଏହି ତଥ୍ୟ ଦିଆଯାଇଛି।
ରିପୋର୍ଟ ଅନୁସାରେ ଦେଶର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ପରିମାଣ ୫୨.୫୯ କୋଟି ଟଙ୍କା। ଏହି ସମୟରେ ଭାରତର ପ୍ରତି ବ୍ୟକ୍ତି ଶୁଦ୍ଧ ଜାତୀୟ ଆୟ ଅର୍ଥାତ ଏନଏନଆଇ ୨୦୨୩-୨୪ରେ ପାଖାପାଖି ୧,୮୫,୮୫୪ ଟଙ୍କା ଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ହାରାହାରି ବ୍ୟକ୍ତିଗତ ଆୟ ୧୩,୬୪,୩୧୦ ଟଙ୍କା ଥିଲା, ଯାହା ଭାରତର ହାରାହାରି ପ୍ରତିବ୍ୟକ୍ତି ଆୟର ପାଖାପାଖି ୭.୩ଗୁଣାରୁ ବି ଅଧିକ। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ୧,୬୩୦ କୋଟି ଟଙ୍କା।
ଏଥିରେ ଅଋଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ୩୩୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଦେଶର ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୫୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଧନୀ ମୁଖ୍ୟମନ୍ତ୍ରୀଙ୍କ ସୂଚୀର ତୃତୀୟ ସ୍ଥାନରେ ଅଛନ୍ତି। ଏହା ଛଡା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କର ୪୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ନିଜର ବାର୍ଷିକ ଆୟ ୨୪ ଲକ୍ଷ ଟଙ୍କାରୁ ବି ଅଧିକ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ୨୫.୩୩କୋଟି ଟଙ୍କାରୁ ଅଧିକ। ଏହା ଛଡା ତାଙ୍କର ବ୍ୟକ୍ତିଗତ ଆୟ ୨୨ଲକ୍ଷ ଟଙ୍କାରୁ ବି ଅଧିକ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ୫୫କୋଟି ଟଙ୍କାର ମୋଟ ସମ୍ପତ୍ତି ସହ ମମତାଙ୍କ ପରେ ଗରିବ ମୁଖ୍ୟମନ୍ତ୍ରୀ ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ୧.୧୮କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସବୁଠୁ କମ ସମ୍ପତ୍ତି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ସେହିପରି ଋଣୀ ମୁଖ୍ୟମନ୍ତ୍ରୀଙ୍କ ସୂଚୀରେ ପେମା ଖାଣ୍ଡୁ ୧୮୦ କୋଟି ଟଙ୍କାର ଋଣ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ସିଦ୍ଧରମୈୟା ୨୩ କୋଟି ଟଙ୍କା ଋଣ କରିଥିବା ବେଳେ ଚନ୍ଦ୍ରବାବୁ ନାୟଡୁଙ୍କ ଉପରେ ୧୦ କୋଟି ଟଙ୍କାର ଋଣ ଭାର ରହିଛି। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୋଟ ସମ୍ପତ୍ତି ୧କୋଟି ୫୪ଲକ୍ଷ ୯୪ ହଜାର ୫୪ଟଙ୍କା ହୋଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ଆୟ ୧୩ଲକ୍ଷ ଟଙ୍କାରୁ ବି ଅଧିକ। ତାଙ୍କ ଛଡା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ମୋଟ ସମ୍ପତ୍ତି ୧କୋଟି ୪୬ଲକ୍ଷ ୫୬ ହଜାର ୬୬୬ ଟଙ୍କା ହୋଇଥିବା ବେଳେ ତାଙ୍କର ବ୍ୟକ୍ତିଗତ ଆୟ ୬ଲକ୍ଷ ଟଙ୍କାରୁ ଅଧିକ।