ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଆଜିର ରାଶିଫଳ

ମେଷ : ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକଙ୍କ ତରଫରୁ ସହଯୋଗ ପାଇବେନି । ସାମାଜିକ ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକିଯିବ । ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପରାଜିତ ରହିବେ ଓ ଆଇନ ଅଦାଲତର ରାୟ ସପକ୍ଷରେ ଯିବ । ବୃଷ : ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିଯାଇପାରନ୍ତି । ପାରିବାରିକ କ୍ଷେତ୍ରରେ କଳି ତକରାଳ […] The post ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଆଜିର ରାଶିଫଳ appeared first on KNews Odisha.

ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଆଜିର ରାଶିଫଳ
horoscope2

ମେଷ : ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକଙ୍କ ତରଫରୁ ସହଯୋଗ ପାଇବେନି । ସାମାଜିକ ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକିଯିବ । ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅପରାଜିତ ରହିବେ ଓ ଆଇନ ଅଦାଲତର ରାୟ ସପକ୍ଷରେ ଯିବ ।

ବୃଷ : ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିଯାଇପାରନ୍ତି । ପାରିବାରିକ କ୍ଷେତ୍ରରେ କଳି ତକରାଳ ବିଷୟରେ ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ । କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ ।

ମିଥୁନ : ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । ଅନ୍ୟଦ୍ୱାରା ପ୍ରଭାବିତ ହେଲେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ ।

କର୍କଟ : ଆଜି ଆପଣ ଦୂରଯାତ୍ରା କରିପାରନ୍ତି । ଆର୍ଥିକ ଲାଭ ପାଇ ଖୁସି ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଆଗକୁ ଯିବେ । ପରିବାରର ବିଗତ ଦିନର ସମସ୍ୟା ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।

ସିଂହ : ଆଜି କର୍ମବ୍ୟସ୍ତତା ମଧ୍ୟରେ ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ । ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ । ପଡ଼ୋଶୀଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ କିଛି କାର୍ଯ୍ୟ ସାଧନ କରିବାର ସୁଯୋଗ ପାଇବେ ।

କନ୍ୟା : ଆପଣ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟିଏ ସମ୍ପନ୍ନ କରିପାରିବେ ନିିଜ ପାଇଁ ସେତିକି କରିପାରିବେ ନାହିଁ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡିବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି ।

ତୁଳା : ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରି ପାରନ୍ତି । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ । ସ୍ବାସ୍ଥ୍ୟ ସମସ୍ୟା, ଋଣ ଓ ଶତ୍ରୁତା, ବିଷୟ ଚିନ୍ତନରେ ସମୟ କାଟିବେ ।

ବିଛା : କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ଆଜିହିଁ ଶେଷ କରିବାକୁ ମନସ୍ଥ କରି ସଫଳ ହେବେ । ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ । ବ୍ୟବସାୟ ଓ ପରିବହନରେ ଉନ୍ନତି ପୂର୍ବକ ଋଣମୁକ୍ତ ହେବାର ସୂଚନା ରହିଛି । ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଉପକୃତ ହେବେ ।

ଧନୁ : ଯେତେ ଭଲ କାମ କଲେ ମଧ୍ୟ ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ବାହାର କରିବେ । ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି । ପିଲାଙ୍କ ବିଷୟ, ହଜି ଯାଇଥିବା ଜିନିଷ, ପାଇଁ ବ୍ୟସ୍ତତା ବଢିବ ।

ମକର : କେଚରି ମାମଲାର ଟେନ୍‌ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହେବ । ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ ଯାହାକି ବନ୍ଧୁଙ୍କ ମନକୁ ପାଇବ । ପ୍ରକାଶନ, ଏଜେନଶିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି ।

କୁମ୍ଭ : ଆଜି ପରିବାର କଥାନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ । ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ଆତ୍ମୀୟମାନଙ୍କ ସହ ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ ।

ମୀନ : ଆଜି ଅନୁକୂଳ ବାତାବରଣରେ ସ୍ଥଗିତ କାମ କରିବାକୁ ନିଷ୍ପତ୍ତି ନେଇପାରନ୍ତି । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ସାହିତ୍ୟ,ସାମ୍ବାଦିତା,କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡିହେବ ନାହିଁ ।

The post ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଆଜିର ରାଶିଫଳ appeared first on KNews Odisha.