ସମବାୟ ବ୍ୟାଙ୍କ ଋଣ ଘୋଟଲା, ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ ସହିତ ୫ ଗିରଫ
କେନ୍ଦୁଝର: ଚାଷୀଙ୍କ ଅଜାଣତରେ ତାଙ୍କ ନାଁରେ ହୋଇଥିଲା ଋଣ । ଋଣ ହୋଇ ଋଣ ଟଙ୍କା ଲୁଟ୍ ମଧ୍ୟ କରିଥିଲେ । କିନ୍ତୁ ଯାହା ନାଁରେ ଋଣ ହୋଇଥିଲା ତାଙ୍କୁ ଜଣା ନଥିଲା । ଆଉ ଯେତେବେଳେ ଜାଣିବାକୁ ପାଇଲେ ସେତେବେଳେ ଟଙ୍କା ହରିଲୁଟ୍ ହୋଇସାରିଥିଲା । ଋଣ ନକରି ମୁଣ୍ଡ ଉପରେ ଋଣପରିଶେଧର ବୋଝ ବୋହିଥିଲେ । ଆଉ କିଛି ଉପାୟ ନପାଇ ଥାନାର ଦ୍ବାରସ୍ଥ ହୋଇଥିଲେ । ତା’ପୋଲିସ ଚଳାଇଥିଲା ତଦନ୍ତ । ଆଉ […] The post ସମବାୟ ବ୍ୟାଙ୍କ ଋଣ ଘୋଟଲା, ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ ସହିତ ୫ ଗିରଫ appeared first on KNews Odisha.

କେନ୍ଦୁଝର: ଚାଷୀଙ୍କ ଅଜାଣତରେ ତାଙ୍କ ନାଁରେ ହୋଇଥିଲା ଋଣ । ଋଣ ହୋଇ ଋଣ ଟଙ୍କା ଲୁଟ୍ ମଧ୍ୟ କରିଥିଲେ । କିନ୍ତୁ ଯାହା ନାଁରେ ଋଣ ହୋଇଥିଲା ତାଙ୍କୁ ଜଣା ନଥିଲା । ଆଉ ଯେତେବେଳେ ଜାଣିବାକୁ ପାଇଲେ ସେତେବେଳେ ଟଙ୍କା ହରିଲୁଟ୍ ହୋଇସାରିଥିଲା । ଋଣ ନକରି ମୁଣ୍ଡ ଉପରେ ଋଣପରିଶେଧର ବୋଝ ବୋହିଥିଲେ । ଆଉ କିଛି ଉପାୟ ନପାଇ ଥାନାର ଦ୍ବାରସ୍ଥ ହୋଇଥିଲେ । ତା’ପୋଲିସ ଚଳାଇଥିଲା ତଦନ୍ତ । ଆଉ ପୋଲିସ ନଜରରୁ ବଞ୍ଚିପାରିନଥିଲେ । ଏତେ ଦିନ ଧରି ଟଙ୍କା ଆତ୍ମସାତ୍ କରି ଚାଷୀଙ୍କୁ ଭୂଆଁ ବୁଲାଇଆସିଥିଲେ । ଏବେ ପଡ଼ିଛନ୍ତି ପୋଲିସ ହାବୁଡ଼ରେ । ଆଉ ସବୁଠୁ ବଡ଼ କଥା ହେଉଛି ଏହି ଋଣ ଘୋଟାଲା କରିଥିଲେ ବ୍ୟାଙ୍କ କର୍ମଚାରୀ । ଏନେଇ ପୋଲିସ ନିଲମ୍ବିତ ବ୍ୟାଙ୍କ କର୍ମଚାରୀଙ୍କ ସହିତ ୫ ଜଣଙ୍କୁ ଗିରଫ କରିଛି ।
୨୦୨୩-୨୪-ମସିହାର ରବି ଫସଲ ପାଇଁ ସିରିଗିଡା ଲ୍ୟାମ୍ପ ଅଧିନ ପଡାଙ୍ଗ ଓ ସିନ୍ଦୁରିଆ ଗ୍ରାମର ଦୁଇ ଜଣ ଚାଷୀଙ୍କ ଅଜାଣତରେ ୩ ଲକ୍ଷ ୫ ହଜାର ଋଣ କରାଯାଇ ଅର୍ଥ ହଡପ କରାଯାଇଥିଲା । ଯାହାକୁ ନେଇ ତେଲକୋଇ ଥାନାରେ ଦୁଇ ଚାଷୀ ପଡାଙ୍ଗ ଗ୍ରାମର ଚେମରୁ ମୁଣ୍ଡା ଓ ସିନ୍ଦୁରିଆ ଗ୍ରାମର ମଧୁସୂଦନ ନାୟକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୫ ଜଣକୁ ଗିରଫ କରିଛି । ଏହା ସହିତ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ତେଲକୋଇ ଶାଖାର ବ୍ୟାଙ୍କ ମ୍ୟାନେଜର ଦିଲ୍ଲୀପ ପ୍ରଧାନ, ସୁପରଭାଇଜର ସଚିନାଥ ଖିଲାର ଓ ସପୋର୍ଟ ଷ୍ଠାଫ ସର୍ବେଶ୍ୱର ମହାନ୍ତଙ୍କୁ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ଚିଫ ଏକଜୁକୁଟିଭ ଅଫିସର ନିଲମ୍ବିତ କରିଛନ୍ତି । ଏଥି ସହିତ ଏହି ୩ ନିଲମ୍ବିତ କର୍ମଚାରୀଙ୍କୁ ଋଣ ଘୋଟଲାରେ ସମ୍ପୃକ୍ତ ଥିବା ତଦନ୍ତରୁ ଜାଣି ତେଲକୋଇ ପୋଲିସ ଗିରଫ କରିଛି ।
ଅନ୍ୟପଟେ ପୋଲିସର ତଦନ୍ତ ପରେ ତେଲକୋଇ ସମବାୟ ବ୍ୟାଙ୍କ ଶାଖାର କର୍ମଚାରୀ ସୁଜିତ କୁମାର ଥମ୍ବ, ସିରିଗିଡା ଲ୍ୟାମ୍ପ ଅଧିନ ପଡାଙ୍ଗ ଶଖା ଲ୍ୟାମ୍ପ ରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ବାଦଲ କୁମାର ପାତ୍ରଙ୍କୁ ତେଲକୋଇ ପୋଲିସ ଗିରଫ କରିଛି ଯାହାଫଳରେ ଗିରଫଦାରୀ ୫କୁ ଵୃଦ୍ଧି ହୋଇଛି ।
ଏ ଋଣ ଘୋଟଲାକୁ ନେଇ ରାଜ୍ୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ତେଲକୋଇ ପହଞ୍ଚି ଦୁଇ ଚାଷୀ ଚେମରୁ ମୁଣ୍ଡା ଓ ମଧୁସୂଦନ ନାୟକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଏବଂ ଘଟଣାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେବ ଵୋଲି ପ୍ରକାଶ କରିଛନ୍ତି । ଏ ଘଟଣାକୁ ନେଇ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟଙ୍କ ସଭାପତି କାନନ ବିହାରୀ ପହି ପ୍ରତିକ୍ରିୟା ରଖିଛନ୍ତି । ଚାଷୀଙ୍କ ଅର୍ଥ କୁ ଜୀଏବି ହଡପ କରିବାରେ ସାମିଲ ଥିବ ସେ ଦଣ୍ଡ ପାଇବ ଵୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଏ ଘୋଟଲାରେ ଆଉ କିଛି ଗିରଫ ହେବେ ଵୋଲି ଜଣାପଡିଛି ।
The post ସମବାୟ ବ୍ୟାଙ୍କ ଋଣ ଘୋଟଲା, ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ ସହିତ ୫ ଗିରଫ appeared first on KNews Odisha.