୪୦୦ ପାହାଚ ଚଢି ମହାଦେବଙ୍କ ମନ୍ଦିରରେ ପହଞ୍ଚିଲେ ଉର୍ଫି, ସୋସିଆଲ ମିଡିଆରେ ହେଉଛନ୍ତି ଭାଇରାଲ

ବିଗ୍‌ବସ୍‌ ଓଟିଟି ଫେମ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ପ୍ରତିଦିନ କିଛି ନା କିଛି ଏପରି କାମ କରନ୍ତି, ଯେଉଁଥିପାଇଁ ସେ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଉର୍ଫି ଜାଭେଦ୍ ନିଜର ଅତରଙ୍ଗି ଫ୍ୟାଶନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏବଂ ଅନେକ ସମୟରେ ଏଭଳି ଭିନ୍ନ ଢଙ୍ଗର ଫ୍ୟାଶନ୍ କାରଣରୁ ସେ ଟ୍ରୋଲର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ପ୍ରତିଦିନ ଉର୍ଫି ବିଭିନ୍ନ ଜିନିଷରୁ ନୂଆ ପ୍ରକାରର ଡ୍ରେସ୍‌ ତିଆରି କରି ପିନ୍ଧୁଥିବାର […] The post ୪୦୦ ପାହାଚ ଚଢି ମହାଦେବଙ୍କ ମନ୍ଦିରରେ ପହଞ୍ଚିଲେ ଉର୍ଫି, ସୋସିଆଲ ମିଡିଆରେ ହେଉଛନ୍ତି ଭାଇରାଲ appeared first on KNews Odisha.

୪୦୦ ପାହାଚ ଚଢି ମହାଦେବଙ୍କ ମନ୍ଦିରରେ ପହଞ୍ଚିଲେ ଉର୍ଫି, ସୋସିଆଲ ମିଡିଆରେ ହେଉଛନ୍ତି ଭାଇରାଲ
uorfi viral

ବିଗ୍‌ବସ୍‌ ଓଟିଟି ଫେମ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ପ୍ରତିଦିନ କିଛି ନା କିଛି ଏପରି କାମ କରନ୍ତି, ଯେଉଁଥିପାଇଁ ସେ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଉର୍ଫି ଜାଭେଦ୍ ନିଜର ଅତରଙ୍ଗି ଫ୍ୟାଶନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏବଂ ଅନେକ ସମୟରେ ଏଭଳି ଭିନ୍ନ ଢଙ୍ଗର ଫ୍ୟାଶନ୍ କାରଣରୁ ସେ ଟ୍ରୋଲର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ପ୍ରତିଦିନ ଉର୍ଫି ବିଭିନ୍ନ ଜିନିଷରୁ ନୂଆ ପ୍ରକାରର ଡ୍ରେସ୍‌ ତିଆରି କରି ପିନ୍ଧୁଥିବାର ନଜର ଆସନ୍ତି । ପ୍ରତିଥର ପ୍ରଶଂସକଙ୍କ ପାଇଁ ଉର୍ଫିଙ୍କ ନୂଆ ଲୁକ୍ ବହୁତ ଚକିତ କରିଥାଏ ।

ବଲିଉଡ ଅଭିନେତ୍ରୀ ତଥା ମଡେଲ ଉର୍ଫି ଜାଭେଦ ନିଜ କାମ କରିବା ସହ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି ।  ସବୁ ସମୟରେ ସୋସିଆଲ ମିଡିଆରେ ପ୍ରାୟ ଭାଇରାଲ ହୋଇଥାନ୍ତି ।  ନିଜର କିଛି ଫଟୋ ସେୟାର କରିଛନ୍ତି ଉର୍ଫି ।  ଯେଉଁଥିରେ ସେ ନୀଳ ରଙ୍ଗରେ ଧଳା ଷ୍ଟ୍ରିପ ପଡିଥିବା କୁର୍ତିରେ ନଜର ଆସିଛନ୍ତି । ଶିବ ମନ୍ଦିରରେ ଏହି ଫଟୋ ଉଠାଇଛନ୍ତି ଅଭିନେତ୍ରୀ ।

ଉର୍ଫି  ଜାୱେଦ୍  ଫୋଟ ଗୁଡିକ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି  ।  ଯେଉଁଥିରେ ସେ ଶିବଙ୍କ ପାଖରେ ଭକ୍ତିରେ ଲୀନ ହେଇଯାଉଛନ୍ତି  ।  ତାଙ୍କୁ ଇଣ୍ଡିଆନ ଲୁକ ରେ ଦେଖିବାକୁ ମିଳିଛି  । ଉର୍ଫି ଦୁଇ ହାତ ଯୋଡି ମହାଦେବଙ୍କ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଗୁଡିକ ସେୟାର କରିବା ସମୟରେ ସେ ଲେଖିଛନ୍ତି କି ୪୦୦ ସିଢି ଚଢି ମହାଦେବଙ୍କ ଦର୍ଶନ କରିଛି । ଏଭଳି ଫଟୋ ଦେଖି ପ୍ରଶଂସକମାନେ ଖୁବ କମେଣ୍ଟ କରିଛନ୍ତି । ଭିନ୍ନ ଧର୍ମର ହୋଇ ମନ୍ଦିର ଯାଇଥିବାକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି  ଉର୍ଫି ।

Also read:ସବୁବେଳେ ବିବାଦରେ ରହୁଥିବା ଉର୍ଫି କୋଟି କୋଟିି ଟଙ୍କାର ମାଲିକାଣୀ, ଜାଣନ୍ତୁ ନେଟ୍‌ ୱର୍ଥ

 

The post ୪୦୦ ପାହାଚ ଚଢି ମହାଦେବଙ୍କ ମନ୍ଦିରରେ ପହଞ୍ଚିଲେ ଉର୍ଫି, ସୋସିଆଲ ମିଡିଆରେ ହେଉଛନ୍ତି ଭାଇରାଲ appeared first on KNews Odisha.