ଜାଣନ୍ତୁ ନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା…
ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ହୋଇପାରେ, କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା ଉପୁଜିପାରେ। ଯେମିତି କି: * ବେଳେବେଳେ ଦେଖାଯାଏ ସାଙ୍ଗସାଥୀମାନେ ଡ୍ରେସ୍ ଶେୟାରିଂ କରି ପିନ୍ଧିଥାନ୍ତି। ଏହା ସେମାନଙ୍କୁ ନିଆରା ଆନନ୍ଦ ଦେଇଥାଏ। କିନ୍ତୁ ଜାଣନ୍ତି କି, ଏହି ଡ୍ରେସ୍ ଦ୍ୱାରା ହିଁ ନକାରାତ୍ମକ ଶକ୍ତି ବେଶି ଉତ୍ପନ୍ନ ହୋଇଥାଏ। ଅର୍ଥାତ୍ ଯଦି ଜଣଙ୍କ ଉପରେ […] The post ଜାଣନ୍ତୁ ନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା… appeared first on Dharitri Odia News.
ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ହୋଇପାରେ, କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା ଉପୁଜିପାରେ। ଯେମିତି କି:
* ବେଳେବେଳେ ଦେଖାଯାଏ ସାଙ୍ଗସାଥୀମାନେ ଡ୍ରେସ୍ ଶେୟାରିଂ କରି ପିନ୍ଧିଥାନ୍ତି। ଏହା ସେମାନଙ୍କୁ ନିଆରା ଆନନ୍ଦ ଦେଇଥାଏ। କିନ୍ତୁ ଜାଣନ୍ତି କି, ଏହି ଡ୍ରେସ୍ ଦ୍ୱାରା ହିଁ ନକାରାତ୍ମକ ଶକ୍ତି ବେଶି ଉତ୍ପନ୍ନ ହୋଇଥାଏ। ଅର୍ଥାତ୍ ଯଦି ଜଣଙ୍କ ଉପରେ ନକାରାତ୍ମକ ଊର୍ଜାର ପ୍ରଭାବ ରହିଥାଏ ଓ ତାଙ୍କଠାରୁ ଡ୍ରେସ୍ ମାଗିକି ଆଣି କେହି ପିନ୍ଧନ୍ତି, ତେବେ ସେହି ନକାରାତ୍ମକ ଊର୍ଜା ତାଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲିଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଠିକ୍ ନୁହେଁ।
* ଅନ୍ୟଠାରୁ ମୁଦି ମାଗି ଆଣି ବ୍ୟବହାର କରିବା ବି ଉଚିତ ନୁହେଁ। ଅଜାଣତରେ ହେଉ ପଛେ ଏହାଦ୍ୱାରା ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ହାତରେ ପିନ୍ଧାଯାଇଥିବା ଘଣ୍ଟା କେବଳ ସମୟ ଜଣାଏ ନାହିଁ, ଏହା ବ୍ୟକ୍ତିଙ୍କର ଭଲମନ୍ଦ ସମୟ ବିଷୟରେ ବି ଅନେକ ସୂଚନା ଦେଇଥାଏ। ଏପରି କ୍ଷେତ୍ରରେ ଅନ୍ୟଠାରୁ ଘଣ୍ଟା ମାଗିଆଣି ପିନ୍ଧିଲେ, ତାଙ୍କର ଭାଗ୍ୟଦୋଷ ଅନ୍ୟ ଜଣଙ୍କୁ ଭୋଗିବାକୁ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ଅନ୍ୟର ଜୋତା, ଚପଲ ବ୍ୟବହାର କରିବା ବି ବହୁ ସମସ୍ୟାକୁ ଡାକି ଆଣିଥାଏ। ଯେମିତି କି ଆର୍ଥିକ ସମସ୍ୟା, ସ୍ବାସ୍ଥ୍ୟରେ ଅବନତି, ଗୃହରେ କ୍ଲେଶ ଇତ୍ୟାଦି। ତେଣୁ ବାସ୍ତୁଶାସ୍ତ୍ର କୁହେ, ଯେତେ ଅସୁବିଧାରେ ଥିଲେ ବି କାହାଠାରୁ ଜୋତା ମାଗିଆଣି ବ୍ୟବହାର କରିବେ ନାହିଁ।
The post ଜାଣନ୍ତୁ ନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା… appeared first on Dharitri Odia News.