ଜାଣନ୍ତୁ ମୂରଲୀଧର ମୋହୋଲ କିଏ? ହୋଇ ପାରନ୍ତି ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ!
ମୁମ୍ବାଇ ୧।୧୨: ଐତିହାସିକ ବହୁମତ ପରେ ବି ମହାରାଷ୍ଟ୍ରର ଲୋକଙ୍କୁ ତାଙ୍କର ନୂଆ ମୁଖ୍ୟମନ୍ତ୍ରୀ ମିଳି ନାହାନ୍ତି। ଏଥି ପାଇଁ ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ବି ସରିଲାଣି, ହେଲେ ସହମତି ହୋଇ ପାରୁନି। ତେବେ ଚର୍ଚ୍ଚା ହେଉଛି ଏକନାଥ ସିନ୍ଦେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି, ତେବେ କିଛି ଦାବି ତାଲିକା ମଧ୍ୟ ବିଜେପିକୁ ଧରାଇ ଦେଇଛନ୍ତି। ତେବେ ଏ ସବୁ ମଧ୍ୟରେ ଦେବେନ୍ଦ୍ର ଫଡନବୀଶଙ୍କୁ ଝଟକା ଦେବା ଭଳି ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦେବେନ୍ଦ୍ର ଫଡନବୀଶଙ୍କ ସହିତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି। ବିଜେପି ନେତା ଦେବେନ୍ଦ୍ର ଫଡନବୀଶ ରାଜ୍ୟର ଶୀର୍ଷ ପଦବୀ ନିମନ୍ତେ ରେସ୍ ରେ ସବୁଠୁ ଆଗରେ ଅଛନ୍ତି। ହେଲେ ବି କେନ୍ଦ୍ରମନ୍ତ୍ରୀ ମୂରଲୀଧରଙ୍କ ନାମ ବି ଚର୍ଚ୍ଚାକୁ ଆସିଛି। ତେବେ ଆସନ୍ତୁ ଜାଣିବା ମୂରଲୀଧର ମୋହୋଲ କିଏ?ମହାରାଷ୍ଟ୍ର ପୁଣେରୁ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇଥିବା ମୂରଲୀଧର ମୋହୋଲ ମୋଦି ସରକାରରେ ରାଷ୍ଟ୍ରମନ୍ତ୍ରୀ ରୂପେ କାର୍ଯ୍ୟରତ ଅଛନ୍ତି। ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରାଜ୍ୟମନ୍ତ୍ରୀ ଅଛନ୍ତି। ସେ ପୁଣେ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଧାଙ୍ଗେକରଙ୍କୁ ୧.୨୫ଲକ୍ଷ ଭୋଟର ଅନ୍ତରରେ ହରାଇଛନ୍ତି। ସେ ୩ ଦଶନ୍ଧୀ ପୂର୍ବେ ବିଜେପିରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ
ମୁମ୍ବାଇ ୧।୧୨: ଐତିହାସିକ ବହୁମତ ପରେ ବି ମହାରାଷ୍ଟ୍ରର ଲୋକଙ୍କୁ ତାଙ୍କର ନୂଆ ମୁଖ୍ୟମନ୍ତ୍ରୀ ମିଳି ନାହାନ୍ତି। ଏଥି ପାଇଁ ବିଜେପି ଓ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ବି ସରିଲାଣି, ହେଲେ ସହମତି ହୋଇ ପାରୁନି। ତେବେ ଚର୍ଚ୍ଚା ହେଉଛି ଏକନାଥ ସିନ୍ଦେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି, ତେବେ କିଛି ଦାବି ତାଲିକା ମଧ୍ୟ ବିଜେପିକୁ ଧରାଇ ଦେଇଛନ୍ତି। ତେବେ ଏ ସବୁ ମଧ୍ୟରେ ଦେବେନ୍ଦ୍ର ଫଡନବୀଶଙ୍କୁ ଝଟକା ଦେବା ଭଳି ଖବର ସାମ୍ନାକୁ ଆସୁଛି।
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦେବେନ୍ଦ୍ର ଫଡନବୀଶଙ୍କ ସହିତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି। ବିଜେପି ନେତା ଦେବେନ୍ଦ୍ର ଫଡନବୀଶ ରାଜ୍ୟର ଶୀର୍ଷ ପଦବୀ ନିମନ୍ତେ ରେସ୍ ରେ ସବୁଠୁ ଆଗରେ ଅଛନ୍ତି। ହେଲେ ବି କେନ୍ଦ୍ରମନ୍ତ୍ରୀ ମୂରଲୀଧରଙ୍କ ନାମ ବି ଚର୍ଚ୍ଚାକୁ ଆସିଛି। ତେବେ ଆସନ୍ତୁ ଜାଣିବା ମୂରଲୀଧର ମୋହୋଲ କିଏ?
ମହାରାଷ୍ଟ୍ର ପୁଣେରୁ ପ୍ରଥମ ଥର ସାଂସଦ ନିର୍ବାଚିତ ହୋଇଥିବା ମୂରଲୀଧର ମୋହୋଲ ମୋଦି ସରକାରରେ ରାଷ୍ଟ୍ରମନ୍ତ୍ରୀ ରୂପେ କାର୍ଯ୍ୟରତ ଅଛନ୍ତି। ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରାଜ୍ୟମନ୍ତ୍ରୀ ଅଛନ୍ତି। ସେ ପୁଣେ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଧାଙ୍ଗେକରଙ୍କୁ ୧.୨୫ଲକ୍ଷ ଭୋଟର ଅନ୍ତରରେ ହରାଇଛନ୍ତି। ସେ ୩ ଦଶନ୍ଧୀ ପୂର୍ବେ ବିଜେପିରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ ଅତୀତରେ ପୁଣେ ଶହରର ମେୟର ମଧ୍ୟ ଥିଲେ। ରାଜ୍ୟର ଜଣେ ମରାଠୀ ନେତାଭାବେ ସେ ବେଶ୍ ଜଣାଶୁଣା।