ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲ

ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲପ୍ଲାଜା । ଯଦି ଜାଣିଛନ୍ତି ତ ଠିକ୍‌ ଅଛି କିନ୍ତୁ ଯଦି ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ । ଭାରତରେ ପ୍ରତି ବର୍ଷ ରାସ୍ତାର ଦୂରତାକୁ ବୃଦ୍ଧି କରାଯାଉଛି । ଅନେକ ଏମିତି ଏକ୍ସପ୍ରେସୱେ ତିଆରି ହୋଇଛି ଯାହା ଦୁଇଟି ସହରର ଦୂରତାକୁ ପାଖାପାଖି ଅଧା କରିଦେଇଛି । ଆଉ ଏମିତି ରାସ୍ତା ନିର୍ମାଣ ପାଇଁ ସରକାର ହଜାର ହଜାର କୋଟି ଟଙ୍କା […] The post ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲ appeared first on KNews Odisha.

ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲ
toll

ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲପ୍ଲାଜା । ଯଦି ଜାଣିଛନ୍ତି ତ ଠିକ୍‌ ଅଛି କିନ୍ତୁ ଯଦି ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ । ଭାରତରେ ପ୍ରତି ବର୍ଷ ରାସ୍ତାର ଦୂରତାକୁ ବୃଦ୍ଧି କରାଯାଉଛି । ଅନେକ ଏମିତି ଏକ୍ସପ୍ରେସୱେ ତିଆରି ହୋଇଛି ଯାହା ଦୁଇଟି ସହରର ଦୂରତାକୁ ପାଖାପାଖି ଅଧା କରିଦେଇଛି ।

ଆଉ ଏମିତି ରାସ୍ତା ନିର୍ମାଣ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଯାହାର ଆଦାୟ କରିବା ପାଇଁ ରାସ୍ତାରେ ଟୋଲ ଟ୍ୟାକ୍ସ ସଂଗ୍ରହ କରାଯାଏ ।

ଆପଣ ନିଶ୍ଚିତ ଭାବରେ ପ୍ରତ୍ୟେକ ଏକ୍ସପ୍ରେସୱେରେ ଏହିପରି ଅନେକ ଟୋଲ୍ ବୁଥ୍ ଦେଖିଥିବେ, ଯାହାକୁ କ୍ରସ୍‌ କରି ଯିବାକୁ ହେଲେ ଆପଣଙ୍କୁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିଥାଏ, ଯାହା ଆପଣଙ୍କ କାରରେ ଲଗାଯାଇଥିବା ଫାଷ୍ଟାଗରୁ କଟିଯାଇଥାଏ ।

ଟୋଲ ସମ୍ବନ୍ଧରେ ସରକାର ଅନେକ ନିୟମ ମଧ୍ୟ ସ୍ଥିର କରିଛନ୍ତି, ଏହି ନିୟମ ଲୋକମାନଙ୍କ ପାଇଁ ଏବଂ ଟୋଲ ବୁଥ ଅପରେଟରଙ୍କ ପାଇଁ ରହିଛି ।

ଟୋଲ୍ ବୁଥଗୁଡିକର ଦୂରତା ବିଷୟରେ ମଧ୍ୟ ଏକ ନିୟମ ଅଛି, ଅର୍ଥାତ୍ ଦୁଇଟି ଟୋଲ୍ ବୁଥ୍ ମଧ୍ୟରେ ଦୂରତା କ’ଣ ହେବ ତାହା ସ୍ଥିର ହୋଇସାରିଛି ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ, ପ୍ଲାଜା ପାର ହେବା ପରେ ୬୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଦ୍ୱିତୀୟ ଟୋଲ କରାଯାଇପାରିବ ନାହିଁ ।

ଏହି ବ୍ୟବସ୍ଥା ଦେଶର ସମସ୍ତ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଲାଗୁ ହୋଇଛି । ରାଜ୍ୟଗୁଡିକର ଟୋଲ୍ ନିଜ ନିୟମ ଅନୁଯାୟୀ କାର୍ଯ୍ୟ କରିଥାଏ ।

The post ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲ appeared first on KNews Odisha.